ଚୀନ ଦାବି କରୁଥିବା ଜଳସୀମାରେ ଅନୁପ୍ରବେଶ କରିଥିବା ଏକ ଆମେରିକାର ଯୁଦ୍ଧ ଜାହାଜକୁ ଘଉଡ଼ାଇଦେଇଛି ଚୀନ ନୌସେନା । ଏହାକୁ ନେଇ ଦକ୍ଷିଣ ଚୀନ ସାଗରରେ ଉତ୍ତେଜନା ଦେଖାଦେଇଛି । ଚୀନ ସାମରିକ ବାହିନୀ ପକ୍ଷରୁ କୁହାଯାଇଛି ଯେ ଦକ୍ଷିଣ ଚୀନ ସାଗରରେ ଥିବା ପାରାସଲ ଦ୍ବୀପ ନିକଟରେ ଥିବା ଜଳରାଶିରେ ଆମେରିକାର ଗାଇ଼ଡେଡ୍ ମିସାଇଲ ଡେଷ୍ଟ୍ରୟର ଜାହାଜ ୟୁଏସଏସ ମିଲିଅସ୍ ଅନୁପ୍ରବେଶ କରିଥିଲା । ଏହି ଅନୁପ୍ରବେଶ ଫଳରେ ଏହି ଅଂଚଳର ଶାନ୍ତି ଓ ସ୍ଥିରତାରେ ବ୍ୟାଘାତ ଘଟିବାର ଆଶଙ୍କା ଥିଲା । ଏଣୁ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଏହାକୁ ଘଉଡ଼ାଇଦେଇଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ