ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ରୁଷ । ଯୁଦ୍ଧରୁ ଓହରିବନି ବୋଲି ସଫା ସଫା କହିଛି ରୁଷ । ଗୁରୁବାର ଆମେରିକା କହିଥିଲା ରୁଷ ଯଦି ପ୍ରକୃତରେ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତୁତ ହୁଏ ତେବେ ଆମେରିକା ମଧ୍ୟ ଆଲୋଚନା କରିବାକୁ ରାଜି । ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ମଧ୍ୟରେ ରୁଷ-ୟୁକ୍ରେନ ଯୁଦ୍ଧ ସମ୍ବନ୍ଧରେ ଆଲୋଚନା ହୋଇଛି । ଏହି ଆଲୋଚନା ପରେ ୟୁକ୍ରେନ ଉପରେ ଉଭୟ ଦେଶ ମିଳିତ ବୟାନ ଜାରି କରିଛନ୍ତି । ଯୁଦ୍ଧ ଆରମ୍ଭ ହେବା ଦିନରୁ ରୁଷ ବିରୋଧରେ ଓ ୟୁକ୍ରେନ ସପକ୍ଷରେ ଛିଡା ହୋଇଛି ଆମେରିକା । ଏଭଳି କି ଆଲୋଚନା ପାଇଁ ମଧ୍ୟ କେବେ ପ୍ରସ୍ତୁତ ନଥିଲା । ଏଥରକ କିନ୍ତୁ ସର୍ତ ରଖି ରୁଷ ସହ କଥା ହେବାକୁ ଆଗେଇ ଆସିଥିଲା ଆମେରିକା ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ