The Topmost

“The eyes believe themselves, the ears believe other people.”

ଆମେରିକାର ଡି‌ଟ୍ରଏଟ୍‌ ଓ ହଷ୍ଟନ୍‌ ଗୁଳିକାଣ୍ଡରେ ୬ ମୃତ

ଆମେରିକାର ଡି‌ଟ୍ରଏଟ୍‌ ଓ ହଷ୍ଟନ୍‌ରେ ଗୁଳିକାଣ୍ଡ । ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଅଧିକାରୀମାନଙ୍କ ସୂଚନା । ସୂଚନା ଅନୁସାରେ ରବିବାର ଦିନ ଆମେରିକାର ଡିଟ୍ରଏଟ୍‌ ଓ ହଷ୍ଟନ୍‌ରେ ଦୁଇଟି ପୃଥକ୍‌ ଗୁଳିକାଣ୍ଡ ଘଟିଛି । ନିର୍ବିଚାର ଭାବେ ୪ଜଣଙ୍କ ଉପରକୁ ଗୁଳି ଚଳାଇ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ମାରି ପକାଇଥିବା ଜଣେ ସନ୍ଦିଗ୍ଧଙ୍କୁ ରବିବାର ଦିନ ଆମେରିକୀୟ ନଗରୀ ଡିଟ୍ରଏଟ୍‌ର ପୁଲିସ ଖୋଜୁଥିବା କଥା ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି । ମିଡ୍‌ୱେଷ୍ଟର୍ଣ୍ଣ ସିଟିର ପୁଲିସ ମୁଖ୍ୟ ଜେମ୍‌ସ୍‌ ହ୍ବାଇଟ୍‌ ଗଣମାଧ୍ୟମକୁ କହିଛନ୍ତି ଯେ, ଗୁଳିଚୋଟରେ ନିହତ ପ୍ରଥମ ୩ଜଣଙ୍କ ମଧ୍ୟରୁ ୨ଜଣ ହେଉଛନ୍ତି ମହିଳା ଓ ଜଣେ ପୁରୁଷ । ସହରର ଭିନ୍ନ ଭିନ୍ନ ପ୍ରାନ୍ତରେ ସେମାନଙ୍କ ଉପରକୁ ଏକାଧିକବାର ଗୁଳି ଚଳାଯାଇଥିଲା । ନିହତ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ବସ୍‌କୁ ଅପେକ୍ଷା କରିଥିଲେ । ଆଉ ଜଣେ ତାଙ୍କ କୁକୁରକୁ ବୁଲାଉଥିଲେ ଏବଂ ତୃତୀୟ ବ୍ୟକ୍ତିଜଣକ ସେମିତି ରାସ୍ତାରେ ବୁଲୁଥିଲେ । ଚତୁର୍ଥ ବ୍ୟକ୍ତିଜଣକ ଗ‌ୋଟିଏ କାର୍‌ ଝରକା ଭିତରକୁ ଉଙ୍କିମାରି ସନ୍ଦିଗ୍ଧ ଗୁଳି ଚାଳକଙ୍କୁ ଦେଖିବା ପରେ ତାଙ୍କୁ ଗୁଳି ଚାଳନା ବନ୍ଦ କରିବାକୁ କହିଥିଲେ । କିନ୍ତୁ, ସନ୍ଦିଗ୍ଧ ସେ ବ୍ୟକ୍ତିଙ୍କୁ ମଧ୍ୟ ତତ୍‌କ୍ଷଣାତ୍‌ ଗୁଳି ମାରି ହତ୍ୟା କଲେ ।