The Topmost

“The eyes believe themselves, the ears believe other people.”

ଆମେରିକାର ଅଧିକାଂଶ ଅଞ୍ଚଳ ବ୍ଲକ ଆଉଟ

ପ୍ରବଳ ଜାଡ଼ରେ ଥରୁଛି ଆମେରିକା । ଆର୍କଟିକ ବ୍ଲାଷ୍ଟ ଯୋଗୁ ଅସହ୍ୟ ଶୀତ ଅନୁଭୂତ ହେଉଛି । ଚାରିଆଡେ ବରଫ ଆସ୍ତରଣ ଜମି ରହିବା ଫଳରେ ପ୍ରଭାବିତ ହୋଇଛନ୍ତି ପ୍ରାୟ ୧୪ ଲକ୍ଷ ଲୋକ । ଆମେରିକାର ଅଧିକାଂଶ ଅଞ୍ଚଳ ବ୍ଲକ ଆଉଟ ହୋଇଛି । ବିମାନ ସେବା ବାଧାପ୍ରାପ୍ତ ହୋଇଥିବା ବେଳେ ହାଇଓ୍ବେରେ ଜାମ ଯୋଗୁ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ପ୍ରାୟ ୩ ହଜାର ବିମାନ ବାତିଲ କରାଯାଇଛି । କିଛି ସ୍ଥାନରେ ତାପମାତ୍ରା ମାଇନସ ୪୮ ଡିଗ୍ରୀକୁ ଖସିଆସିଛି । ପ୍ରବଳ ଶୀତ ଯୋଗୁ ଦେଶରେ ଏମର୍ଜେନ୍ସି ଭଳି ସ୍ଥିତି ଉପୁଜିଛି । ନର୍ଥ କାରୋଲିନା, ଭର୍ଜିନିଆ ଓ ଟେନେସି ଆଦି ସ୍ଥାନରେ ତାପମାତ୍ରା ରେକର୍ଡ ଛୁଇଁଛି । ତେବେ ଶୀତ ଯୋଗୁ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ପାଣିପାଗ ସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜାରି ହେଉଥିବା ଆଡଭାଇଜରୀ ଅନୁପାଳନ କରିବାକୁ ରାଷ୍ଟ୍ରପତି ଜୋ ବାଇଡେନ ପରାମର୍ଶ ଦେଇଛନ୍ତି ।