ଆମେରିକା ଚିକାଗୋ ସହରରେ ବଡ଼ ଧରଣର ଗୁଳିକାଣ୍ଡ । ଗୁଳିମାଡ଼ରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ରୁ ଅଧିକ ଆହତ ହୋଇଛନ୍ତି । ଚିକାଗୋ ଅନ୍ତର୍ଗତ ହାଇଲ୍ୟାଣ୍ଡ ପାର୍କ ନିକଟରେ ଆମେରିକା ସ୍ୱାଧୀନତା ଦିବସ ଅବସରରେ ପରେଡ ଚାଲିଥିବା ବେଳେ ଘଟିଥିଲା ଗୁଳିକାଣ୍ଡ । ଘଟଣାରେ ଜଣେ ସନ୍ଦିଗ୍ଧକୁ ଗିରଫ କରି ପଚରାଉଚରା କରୁଛି ପୋଲିସ । ୨୨ବର୍ଷୀୟ ରବର୍ଟ ଇ. କ୍ରିମୋକୁ ହେପାଜତକୁ ନେଇଛି ହାଇଲ୍ୟାଣ୍ଡ ପାର୍କ ପୋଲିସ । ପରେଡ ଉପରକୁ ଆଖିବୁଜା ଗୁଳିଚଳାଇବାରୁ ୬ଜଣ ପ୍ରାଣ ହରାଇଥିଲେ । ବନ୍ଧୁକଧାରୀ ଜଣକ ଏକ ରିଟେଲ ଷ୍ଟୋର ଉପରୁ ପରେଡ ସ୍ଥଳ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି । ଚିକାଗୋ ସହରରେ ଆଲର୍ଟ ଜାରି କରାଯାଇ ଥିବାବେଳେ ବିଭିନ୍ନ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଜାରି ରହିଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ