ବର୍ତ୍ତମାନ କରୋନା ଏବଂ ଋଷ-ୟୁକ୍ରେନ ଯୁଦ୍ଧ ଉପରେ ସମଗ୍ର ବିଶ୍ୱର ଧ୍ୟାନ ଥିବା ବେଳେ ଆମାଜନ ଜଙ୍ଗଲ ପାଇଁ ବୈଜ୍ଞାନିକମାନେ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି । ନେଚର୍ ପତ୍ରିକାରେ ପ୍ରକାଶିତ ଏକ ଅନୁସନ୍ଧାନ ଅନୁଯାୟୀ, ଆମାଜନର ତିନି ଚତୁର୍ଥାଂଶ ଏପରି ଏକ ପର୍ଯ୍ୟାୟରେ ପହଞ୍ଚିଛି, ଯେଉଁଥିରେ ଏହା ଆପେ ଆପେ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ । ବୈଜ୍ଞାନିକମାନେ ଆହୁରି ମଧ୍ୟ କହିଛନ୍ତି ଯେ ପୋଡ଼ି ଯାଇଥିବା ଜଙ୍ଗଲ ଆଉ କେବେ ବି ପୁନରୁଦ୍ଧାର ହୋଇପାରିବ ନାହିଁ, ଅର୍ଥାତ ଏହା ସମତଳ ଭୂମିରେ ପରିଣତ ହୋଇଯିବ । ଏପରିକି ମଣିଷମାନେ ମଧ୍ୟ ଆମାଜନକୁ ସାହାଯ୍ୟ କରିବାକୁ ସମର୍ଥ ହେବେ ନାହିଁ । ଆହୁରି ରିସର୍ଚ୍ଚରୁ ଜଣାପଡ଼ିଛି ଯେ ବେଆଇନ ଗଛ କାଟିବା ଏବଂ ଗ୍ଲୋବାଲ ୱାର୍ମିଂ ଆମାଜନ ଜଙ୍ଗଲର ସହନଶକ୍ତିକୁ ହ୍ରାସ କରୁଛି । ଏହି କାରଣ ଯୋଗୁଁ ବର୍ଷା ହେବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ପ୍ରଭାବିତ ହେଉଛି । ରିସର୍ଚ୍ଚ ଅନୁଯାୟୀ, ଏପରି ଏକ ସମୟ ଆସିବ ଯେତେବେଳେ ଆମାଜନ ଅଞ୍ଚଳରେ ବହୁତ କମ୍ ବର୍ଷା ହେବ, ଯାହାଫଳରେ ଜଙ୍ଗଲ ନିଜେ ଶୁଖିଯିବ ଏବଂ ଅଗ୍ନିକାଣ୍ଡ ଘଟିବ । ଜଙ୍ଗଲ କମ୍ର ଅର୍ଥ କମ୍ ବର୍ଷା । ଏହି ଭୟାନକ ଚକ୍ରରେ ଫସି ରହି ଆମାଜନ ନିଜେ ଶେଷ ହୋଇଯିବ । ଇଂଲଣ୍ଡର ଏକ୍ସେଟର ୟୁନିର୍ଭସିଟିର ବୈଜ୍ଞାନିକମାନେ ୨୫ ବର୍ଷର ସାଟେଲାଇଟ ତଥ୍ୟକୁ ପରୀକ୍ଷଣ କରିବା ପରେ ଏହି ରିସର୍ଚ୍ଚକୁ ପ୍ରସ୍ତୁତ କରିଛନ୍ତି । ପରିବର୍ତ୍ତିତ ପରିବେଶ ସହିତ ଆମାଜନ ଜଙ୍ଗଲ କିପରି ଲଢୁଛି, ତାହା ଏହି ରିସର୍ଚ୍ଚରେ କୁହାଯାଇଛି । ବୈଜ୍ଞାନିକମାନେ ଆମାଜନ ଜଙ୍ଗଲ ଉପରେ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ, ଜଙ୍ଗଲ ନଷ୍ଟ ହେବା, ମାନବ କାର୍ଯ୍ୟକଳାପ ଏବଂ ହଠାତ ପାଣିପାଗ ପରିବର୍ତ୍ତନ ଉପରେ ତଦନ୍ତ କରିଥିଲେ । ଏହାସହ କେବେ ଆମାଜନ ସଂପୂର୍ଣ୍ଣ ଧ୍ୱଂସ ହେବ, ସେନେଇ ଗବେଷଣା ଜାରି ରହିଥିବା ରିସର୍ଚ୍ଚରେ ଉଲ୍ଲେଖ ରହିଛି । ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ୨୦୦୦ ମସିହାରୁ ଆମାଜନ ଜଙ୍ଗଲର ଦୃଢତା ତଥା ସହନଶକ୍ତି ସମାପ୍ତ ହେବାକୁ ଲାଗିଛି । ଜଙ୍ଗଲର ଦୃଢତା ଅର୍ଥ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଜଙ୍ଗଲ କିପରି ଭାବେ ନିଜକୁ ପୁନରୁଦ୍ଧାର କରିଥାଏ । ଯଦି ପୁନରୁଦ୍ଧାର ବିଳମ୍ବ ହୁଏ କିମ୍ବା ନ ହୁଏ, ତାହେଲେ ଜଙ୍ଗଲର ଗଛ ଏବଂ ଉଦ୍ଭିଦ, ନଦୀ ଏବଂ ସେଠାରେ ରହୁଥିବା ପ୍ରାଣୀମାନେ ପୃଥିବୀରୁ ବିଲୁପ୍ତ ହେବାର ଆଶଙ୍କା ରହିଥାଏ । ବୈଜ୍ଞାନିକମାନେ କହିଛନ୍ତି ଯେ ଜଙ୍ଗଲର ୨୦୦ କିଲୋମିଟର ଅଞ୍ଚଳର ସହନଶକ୍ତି ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯାଇଛି ଏବଂ ଏହା ଏବେ ଶୁଷ୍କ ଅଞ୍ଚଳରେ ପରିଣତ ହେବା ସହ ଏଠାରେ ବହୁତ କମ୍ ବର୍ଷା ହେଉଛି । ଅନୁସନ୍ଧାନରେ ଜଡିତ ବୈଜ୍ଞାନିକମାନେ କହିଛନ୍ତି ଯେ ଆମାଜନକୁ ବଞ୍ଚାଇବା ପାଇଁ ପ୍ରଥମେ ଗ୍ରୀନ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ହ ୍ରାସ କରିବା ଆବଶ୍ୟକ ।
amazon @the topmost
More Stories
ବଡ ଅଧିକାରୀ କରୁଥିଲେ ଡ୍ରଗ୍ ଚୋରା ଚାଲାଣ
ହାଇଦ୍ରାବାଦରୁ ବ୍ୟାଙ୍କକ୍ ଯାଉଥିବା ବିମାନରେ ବୋମା..
ଅଧାଘଣ୍ଟାରେ ଦିଲ୍ଲୀରୁ ସାନ୍ ଫ୍ରାନ୍ସିସ୍କୋ ଯାତ୍ରା