January 15, 2026

ଆବେଦନ ଖାରଜ କଲେ ରାଜସ୍ଥାନ ହାଇକୋର୍ଟ

ଜମି କିଣାବିକା ମାମଲାରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା ଓ ତାଙ୍କ ମା’ ମୌରିନ୍ ଭଦ୍ରାଙ୍କ ଅଡୁଆ ବଢ଼ିଛି । ରବର୍ଟ ଭଦ୍ରାଙ୍କ କମ୍ପାନୀ ସ୍କାଏଲାଇଟ୍ ହସ୍ପିଟାଲିଟିର ଆବେଦନକୁ ରାଜସ୍ଥାନ ହାଇକୋର୍ଟ ଖାରଜ କରିଦେଇଛନ୍ତି । ତେବେ ରବର୍ଟ ଭଦ୍ରାଙ୍କ ଗିରଫଦାରୀ ଉପରେ କୋର୍ଟ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ରବର୍ଟ ଭଦ୍ରା ଓ ତାଙ୍କ ମା’ଙ୍କ ଗିରଫଦାରୀ ଉପରେ ଦୁଇ ସପ୍ତାହ ଯାଏ ଏହି ନିଷେଧାଦେଶ ଜାରି ରହିଛି । ବିକାନେରରେ ଜମି କ୍ରୟ ଏବଂ ବିକ୍ରିରେ ହୋଇଥିବା ଠକେଇରେ ଉଭୟ ମା’ ପୁଅ ଜଡିତ ଥିବା ଅଭିଯୋଗ ହୋଇଛି। ରାଜସ୍ଥାନ ହାଇକୋର୍ଟର ଜଷ୍ଟିସ ପୁଷ୍ପେନ୍ଦ୍ର ସିଂଙ୍କ ବେଞ୍ଚ ସ୍ପଷ୍ଟ ଭାବେ କହିଛି ଯେ, ଏହି ଘଟଣାରେ ଇଡି ତଦନ୍ତରେ ରବର୍ଟ ଏବଂ ତାଙ୍କ ମାଙ୍କୁ ସହଯୋଗ କରିବାକୁ ପଡ଼ିବ । ଉପର ଅଦାଲତରେ ଆବେଦନ କରିବାକୁ ଦୁଇ ସପ୍ତାହ ସମୟ ଦିଆଯାଇଛି । ସେ ପର୍ଯ୍ୟନ୍ତ ଗିରଫଦାରୀ ଉପରେ ପ୍ରତିବନ୍ଧକ ଲାଗୁ ହେବ ।

SHARE BY