ଆଫ୍ରିକାର ମଲାୱି ପ୍ରଦେଶରେ ତାଣ୍ଡବ ରଚିଛି ପ୍ରକୃତି । ପ୍ରବଳ ଝଡ ସାଙ୍ଗକୁ ବନ୍ୟା ଯୋଗୁଁ ୩୦୦ରୁ ଅଧିକ ଲୋକେ ପ୍ରାଣ ହରାଇସାରିଲେଣି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯିବା ସହ ସେମାନଙ୍କୁ ଅତ୍ୟାବ୍ୟାକ ସାମଗ୍ରୀ ଯୋଗାଇଦେବାରେ ଏଠିକାର ସରକାର ଲାଗିପଡିଛନ୍ତି । ମଲାୱିରେ ଝଡ ‘ଫ୍ରେଡି’ ବ୍ୟାପକ କ୍ଷତି ଘଟାଇଛି । ସରକାରୀ ଆକଳନ ଅନୁସାରେ ୩୨୬ଜଣଙ୍କ ମୃତ୍ୟୁ ହୋଇସାରିଛି । ଏବଂ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଏପରି ପ୍ରାକୃତିକ ବିପଦ ସମୟରେ ଦୈନନ୍ଦିନ ଜୀବନର ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ନାହିଁନଥିବା ସମସ୍ୟା ଦେଖିବାକୁ ମିଳୁଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ