ଆଫଗାନିସ୍ତାନରେ ଟ୍ରେନିଂ ବେଳେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ରାଜଧାନୀ କାବୁଲରେ ହୋଇଥିବା ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ତାଲିବାନ ପ୍ରତିରକ୍ଷା ମନ୍ତ୍ରାଳୟ ସୂଚିତ କରିଛନ୍ତି । ରକ୍ଷା ମନ୍ତ୍ରାଳୟ ମୁଖପାତ୍ର ଇନାୟତୁଲ୍ଲାହ ଖୋରାଜମୀ ସୂଚନା ଦଇ କହିଛନ୍ତି ଯେ ଆମେରିକୀୟ ବ୍ଲାକ ହକ୍ ହେଲିକପ୍ଟର ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ ପରିସରରେ ପ୍ରଶିକ୍ଷଣ ଉଡାଣ କରୁଥିବା ବେଳେ ବୈଷୟିକ ତ୍ରୁଟି ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ପ୍ରାୟ ବର୍ଷକ ପୂର୍ବେ ତାଲିବାନ ଦେଶକୁ ନିଜ ନିୟନ୍ତ୍ରଣକୁ ନେବା ବେଳେ କିଛି ଆମେରିକୀୟ ବିମାନକୁ ନିଜ ଆୟତ୍ତକୁ ନେଇଥିଲା । ତେବେ ଏଥିରୁ କେତେ ବିମାନ ଠିକଠାକ ଅଛନ୍ତି ତାହା ଜଣା ନାହିଁ । ଆମେରିକୀୟ ସେନା ଦେଶ ଛାଡିବା ପୂର୍ବରୁ କିଛି ସାମରିକ ହାର୍ଡୱେରକୁ ନଷ୍ଟ କରିଦେଇ ଯାଇଥିଲେ । ତେବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆମେରିକା ଆଫଗାନିସ୍ତାନ ସରକାରକୁ ୭ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ମିଲେଟ୍ରି ଇକ୍ୱିପମେଣ୍ଟ ଦେଇ ଯାଇଥିଲେ । ଦେଶକୁ ହାତେଇବା ବେଳେ ତାଲିବାନମାନେ ଏଥିରୁ ଅଧିକାଂସକୁ ନିଜ ଆୟତ୍ତକୁ ନେଇଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ