The Topmost

“The eyes believe themselves, the ears believe other people.”

ଆପ୍ ସାଂସଦଙ୍କ ବଢିଲା ରିମାଣ୍ଡ ଅବଧି

ଦିଲ୍ଲୀ ମଦନୀତି ମାମଲା । ଆପ୍ ସାଂସଦ ସଞ୍ଜୟ ସିଂଙ୍କ ରିମାଣ୍ଡ ତିନିଦିନ ବଢ଼ାଇ ଦେଇଛନ୍ତି କୋର୍ଟ । ରିମାଣ୍ଡ ବଢ଼ାଇବା ନେଇ ଇଡି କୋର୍ଟରେ ଆବେଦନ କରିଥିଲା । କୋର୍ଟରେ ଇଡି ପକ୍ଷରୁ ୫ ଦିନ ରିମାଣ୍ଡ ବଢ଼ାଇବାକୁ ଆବେଦନ କରାଯାଇଛି । ରିମାଣ୍ଡ ଅବଧି ବଢ଼ାଇବାକୁ ଆବେଦନ କରି ଇଡି ପକ୍ଷରୁ କୁହାଯାଇଥିଲା, ସଞ୍ଜୟ ପ୍ରଶ୍ନର ଉତ୍ତର ଠିକରେ ଦେଉନାହାନ୍ତି । ଏହାସହ ତଦନ୍ତରେ ସଞ୍ଜୟ ସହଯୋଗ କରୁନାହାନ୍ତି । ଫୋନ୍ ଡାଟା ସମ୍ପର୍କରେ ପଚରାଯିବାରେ ସେ ସନ୍ତୋଷଜନକ ଉତ୍ତର ଦେଇ ନଥିଲେ । ଇଡି ପକ୍ଷରୁ ଓକିଲ କହିଛନ୍ତି, ‘ନିକଟରେ ଚଣ୍ଡିଗଡ଼ରେ ଜଣେ ବ୍ୟବସାୟୀଙ୍କ ଘରେ ରେଡ କରାଯାଇ ତାଙ୍କ ବୟାନ ରେକର୍ଡ କରାଯାଇଛି । ତାଙ୍କ ପାଖରୁ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି । ଏହାର ତଥ୍ୟ ଏବେ ଦେଇ ହେବନି । ଏହି ମାମଲାରେ ଲାଞ୍ଚ ମାଗିବାର ପ୍ରମାଣ ତଦନ୍ତକାରୀ ସଂସ୍ଥା ପାଖରେ ଅଛି ଓ ଇଡି ଏହାର ତଦନ୍ତ କରୁଛି ।’