ଆପ୍ ଓ ବିଜେପି ପକ୍ଷରୁ ବିଧାନସଭା ପରିସରରେ ସାରାରାତି ଧାରଣା ଦିଆଯାଇଛି । ତେବେ ଦୁର୍ନୀତି ପ୍ରସଙ୍ଗକୁ ନେଇ ଦିଲ୍ଲୀ ବିଧାନସଭା ପରିସରରେ ଏହିଭଳି ଧାରଣା ଦିଆଯାଇଛି । ଏପଟେ ଆପର ବିଧାୟକମାନେ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗ ଆଣି ସାରାରାତି ଧାରଣାରେ ବସିଛନ୍ତି । ଉପରାଜ୍ୟପାଳ ସାକ୍ସେନା ଖଦି ଓ ଗ୍ରାମୋଦ୍ୟୋଗ କମିଶନର ଅଧ୍ୟକ୍ଷ ଥିବା ବେଳେ ତାଙ୍କ କର୍ମଚାରୀଙ୍କୁ ୧୪୦୦ କୋଟି ଟଙ୍କାର ପୁରୁଣା ନୋଟ୍ ବଦଳାଇବାକୁ ବାଧ୍ୟ କରିଥିବା ନେଇ ଆପ୍ ଅଭିଯୋଗ ଆଣିଛି । ସେପଟେ ବିଜେପିର ବିଧାୟକମାନେ ଦୁର୍ନୀତି ମାମଲାରେ ଆପ୍ ସରକାରର ମନ୍ତ୍ରୀ ମନିଷ ସିସୋଦିଆଙ୍କୁ ବହିଷ୍କାର ଦାବି କରି ଧାରଣାରେ ବସିଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍