The Topmost

“The eyes believe themselves, the ears believe other people.”

ଆପ୍ ଉପରେ ଦୋଷ ଲଦିଲେ ପି ଚିଦାମ୍ବରମ୍

ଗୁଜରାଟରେ କଂଗ୍ରେସର ଖରାପ ପ୍ରଦର୍ଶନ ନେଇ ବର୍ଷିଲେ ପି ଚିଦାମ୍ବରମ । ଗୋଟିଏ ପଟେ ଗୁଜରାଟରେ କଂଗ୍ରେସ ଖରାପ ପ୍ରଦର୍ଶନ ଓ ହିମାଚଳରେ ଭଲ ପ୍ରଦର୍ଶନ କରିଛି । ଏନେଇ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଛନ୍ତି । ଗୁଜରାଟ ଓ ହିମାଚଳପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନର ଫଳଫଳ ଆସିବା ପରେ ଏହାକୁ ନେଇ ରାଜନୈତିକ ସମୀକ୍ଷକମାନେ ମନ୍ଥନ କରୁଛନ୍ତି । ବିଜେପି ଗୁଜରାଟ, ହିମାଚଳ ଓ ଦିଲ୍ଲୀ ଏମସିଡିରେ କ୍ଷମତାରେ ଥିଲା । ହେଲେ ଚଳିତ ନିର୍ବାଚନ ପରେ ସେ ଦୁଇଟି ସ୍ଥାନରୁ କ୍ଷମତା ହରାଇଛି । ହେଲେ ଗୁଜରାଟରେ କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ଆମ୍ ଆଦମୀ ପାର୍ଟି ଦାୟୀ ବୋଲି ଚିଦାମ୍ବରମ୍ ଅଭିଯୋଗ ଆଣିଛନ୍ତି । ଏହା ସହ ଏହା ପୂର୍ବରୁ ଗୋଆ ଓ ଝାଡଖଣ୍ଡରେ କଂଗ୍ରେସ ହାରିବା ପଛରେ ଆପ୍, ର ହାତ ଥିବା କଥା ସେ କହିଛନ୍ତି ।