ଆପାର୍ଟମେଣ୍ଟରେ ରହିବେ ବସ୍ତିବାସିନ୍ଦା । ଭୁବନେଶ୍ବର ଉତ୍କଳ ହସ୍ପିଟାଲ ପଛପାଖେ ବସ୍ତିବାସିନ୍ଦାଙ୍କ ପାଇଁ ନିର୍ମାଣ ହୋଇଥିବା ବିରାଟ କୋଠାକୁ ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଠାରେ ୨୬୦୦ ଘର ନିର୍ମାଣ କରାଯାଇଥିବା ବେଳେ ୮୦୦ଟି ଘରର କାମ ସଂପୂର୍ଣ୍ଣ ହୋଇଛି । ସେଥିମଧ୍ୟରୁ ୩୦୩ ଜଣ ହିତାଧିକାରୀଙ୍କୁ ଘର ଆଲର୍ଟ କରାଯାଇଛି । ବିଭିନ୍ନ ବସ୍ତିରୁ ଉଛେଦ ହୋଇ ଟ୍ରାନଜିଟ ହାଉସରେ ରହୁଥିବା ବସ୍ତିବସିନ୍ଦାଙ୍କ ସହ ନାରାୟଣୀ ବସ୍ତି, ତେଲୁଗୁ ବସ୍ତି, ଶ୍ରୀକୃଷ୍ଣ ନଗର ବସ୍ତି, ସରସ୍ବତୀ ବସ୍ତି, ଭେଙ୍କଟେଶ୍ବର ବସ୍ତି, ସାଲିଆସାହିର ଶକ୍ତି ବିହାରର ବସ୍ତିବସିନ୍ଦାଙ୍କୁ ଏଠାରେ ଘର ପ୍ରଦାନ କରାଯିବ । ଆଜି ଅପରାହ୍ନରେ ଏହାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଆବାସ ଯୋଜନାରେ ବିଏମସି ହିତାଧିକାରୀଙ୍କୁ ଚୟନ କରୁଛି । ସେମାନଙ୍କ ପାଇଁ ବିଡିଏ ପକ୍ଷରୁ ଘର ପ୍ରଦାନ କରାଯାଉଛି । ଏହି ଘରେ ଗୋଟିଏ ପରିବାର ଚଳିବା ଭଳି ବ୍ୟବସ୍ଥା ରହିଛି । ଆପାର୍ଟମେଣ୍ଟରେ ଯେଉଭଳି ବ୍ୟବସ୍ଥା ରହିଥାଏ ବିଶେଷ କରି ସୋସାଇଟି, କମ୍ୟୁନିଟି ହଲ, ମାର୍କେଟ କମ୍ପ୍ଲେକ୍ସ ଆଦି ଏଥିରେ ରହିଛି । ଉତ୍କଳ ହସ୍ପିଟାଲ ସମେତ ଶାନ୍ତିପଲ୍ଲୀରେ ୫୬୦ ଘର ଏବଂ ସବୁଦ୍ଧିପୁରରେ ୨୯୬ଟି ଘର ମୁଖ୍ୟମନ୍ତ୍ରୀ ଆଜି ଲୋକାର୍ପଣ କରିବେ ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା