The Topmost

“The eyes believe themselves, the ears believe other people.”

ଆପଣ ITR ଫାଇଲ କରିନାହାନ୍ତି କି ?

ଆପଣ ITR ଫାଇଲ କରିନାହାନ୍ତି କି ? ଆଜି ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ । ବର୍ତ୍ତମାନ ସୁଦ୍ଧା ୬ କୋଟିରୁ ଉର୍ଦ୍ଧ୍ବ ଲୋକ ଆୟକର ଦାଖଲ କରିଥିଲେ ସୁଦ୍ଧା ଏବେ ବି ଅନେକ ବ୍ୟକ୍ତି ITR ଫାଇଲ କରିନାହାନ୍ତି । ତେବେ ଯଦି ଆପଣ ଆୟକର ଦାଖଲ କରିନାହାନ୍ତି ତୁରନ୍ତ କରିନିଅନ୍ତୁ । କାରଣ ଡେଡଲାଇନ ବୃଦ୍ଧି କରିବା ନେଇ ସରକାର ଏ ଯାଏଁ କୌଣସି ଘୋଷଣା କରିନାହାନ୍ତି । ତେବେ ଆଜି ଯଦି ITR ଫାଇଲ ନକରନ୍ତି, ତାହେଲେ ଆପଣଙ୍କୁ ଆସନ୍ତାକାଲିଠୁ ଫାଇନ ଲାଗିପାରେ । ଏଥର ନୂଆ ଟ୍ୟାକ୍ସ ସିଷ୍ଟମ ଅନୁସାରେ ଲୋକେ ITR ଫାଇଲ କରୁଛନ୍ତି । ଅନଲାଇନରେ ଆଇଟିଆର ଫାଇଲ କରିବା ନେଇ ଏଥର ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି ।

SHARE BY