The Topmost

“The eyes believe themselves, the ears believe other people.”

ଆପଣଙ୍କ ଲଙ୍ଗ ଲାଇଫର ଏକମାତ୍ର ଉପାୟ

ଦିନକୁ ଦିନ ଯେତେ ବଦଳିବାରେ ଲାଗିଛି ମଣିଷର ଅଭ୍ୟାସ ମଧ୍ୟ ବଦଳିବାରେ ଲାଗିଛି । ଲୋକ ଏବେ ଅଫିସ ଯିବା ପରିବର୍ତ୍ତେ ୱାର୍କ ଫ୍ରମ ହୋମକୁ ଆପଣେଇଲେଣି । ଦିନସାରା ଗୋଟିଏ ସ୍ଥାନରେ ବସି ନିଜର କାର୍ଯ୍ୟ କରିବାକୁ ପସନ୍ଦ କରୁଛନ୍ତି । ତେବେ ଆପଣଙ୍କର ଏହି ଅଭ୍ୟାସ ଶରୀରର ପ୍ରତ୍ୟେକ ଅଙ୍ଗକୁ କ୍ଷତି ପହଞ୍ଚାଏ ।ସେଥିପାଇଁ ନିଜ ଶରୀରକୁ ନିଜେ ସୁସ୍ଥ ରଖିବା ପାଇଁ ଆପଣଙ୍କ ପାଇଁ ଏପରି ଅନେକ ଯୋଗାସନ ରହିଛି ଯାହା ଆପଣଙ୍କ ଶରୀରର କଠିନତା ଏବଂ ଯନ୍ତ୍ରଣାରୁ ମୁକ୍ତି ଦେଇପାରିବ ।

ଯୋଗ ଏକ ଏପରି ଅଭ୍ୟାସ ଯାହା ଶରୀରର ବିଭିନ୍ନ ଅସୁବିଧାକୁ ସମାଧାନ କରିପାରିବାର ସାମର୍ଥ୍ୟ ରଖେ । ପ୍ରତ୍ୟେକ ଦିନର ଯୋଗାଭ୍ୟାସ ଶରୀର ପାଇଁ ବହୁତ ଉପାଦେୟ । ତେବେ ପ୍ରତ୍ୟେକ ଦିନ ସକାଳୁ ଉଠି ନିଜର ଶୌଚ ସାରି ଖାଲି ପେଟରେ ଅନ୍ୟୁନ ୩୦ ମିନିଟର ଯୋଗା ଭ୍ୟାସ କରନ୍ତୁ । ଯାହାଦ୍ୱାରା ଆପଣଙ୍କ ଶରୀରର ବ୍ୟାଡ କୋଲେଷ୍ଟୋରେଲ, ଅମ୍ଳ ଇତ୍ୟାଦି ବର୍ଯ୍ୟ ବାହାରିଯାଇଥାଏ । ଏବଂ ଆପଣଙ୍କ ଶରୀର ସାରା ଦିନ ଫୁର୍ତ୍ତି ରହେ ।

ମୋଟାପଣକୁ କମାଇବା ପାଇଁ ମଧ୍ୟ ଏହି ଯୋଗ ଏକ ରାମ ବାଣ ପରି କାମ କରେ । ଶରୀରର ପ୍ରପର ସେପ୍‌ ସାଇଜ ଓ ଗ୍ଲାମରକୁ ବୃଦ୍ଧି କରିବା ପାଇଁ ଯୋଗକୁ ନିଜ ରୁଟିନରେ ସାମିଲ କରନ୍ତୁ । ତେବେ ଜଣେ ଯୋଗୀ ତ ତା ଜୀବନରେ ଅନେକ ଯୋଗ କରିଥାଏ । କିନ୍ତୁ ସାଧାରଣ ଯୋଗ ଆରମ୍ଭ କରୁଥିବା ବ୍ୟକ୍ତି ନିଜ ଆରମ୍ଭ ଦିନମାନଙ୍କରେ ଏତେ କଠୋର ଯୋଗକୁ ଅଭ୍ୟାସ ନକରି ସାଧାରଣ ସହଜ ଯୋଗକୁ ସାମିଲ କରନ୍ତୁ ।

https://thetopmost.in/full-article-on-indias-summer-summery/

https://thetopmost.in/shilpa-settis-new-cop-look-is-in-trend/