ସଜନା ପତ୍ରରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ କରିବା ଦ୍ବାରା ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା ସଜନା ପତ୍ର ଖାଇବା ଦ୍ବାରା କ’ଣ କ’ଣ ଲାଭ ମିଳିଥାଏ।
ମଧୁମେହ ରୋଗୀଙ୍କ ପାଇଁ ସଜନା ପତ୍ର ବହୁତ ଉପଯୋଗୀ ହୋଇଥାଏ । ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଥାଏ, ଯେଉଁଥିପାଇଁ ରକ୍ତ ଶର୍କରା ନିୟନ୍ତ୍ରଣରେ ରହିଥାଏ । ଏପରି ପରିସ୍ଥିତିରେ ଆପଣଙ୍କୁ ଡାଏଟରେ ସଜନା ପତ୍ର ନିହାତି ସାମିଲ କରିବା ଉଚିତ।
ସଜନା ପତ୍ର ଆପଣଙ୍କ ଶରୀରରେ ଖରାପ କୋଲେଷ୍ଟ୍ରଲ୍ ତିଆରି କରେ ନାହିଁ । ଏହି ପତ୍ରଗୁଡ଼ିକରେ ଉଚିତ ପରିମାଣର ଓମେଗା -୩ ଫ୍ୟାଟି ଏସିଡ୍ ରହିଥାଏ। ଯାହା କୋଲେଷ୍ଟ୍ରଲ୍ ସ୍ତରକୁ ହ୍ରାସ କରିଥାଏ। ଏହା ହୃଦୟ ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ।
ଏଥିସହିତ ସଜନା ପତ୍ରରେ ଉଚିତ ପରିମାଣରେ ପୋଟାସିୟମ୍ ରହିଥାଏ। ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। ଏତଦ ବ୍ୟତୀତ ସଜନା ପତ୍ର ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ କମିଯାଏ । ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ବି ସଜନା ପତ୍ର ବହୁ ସହାୟକ ହୋଇଥାଏ।
More Stories
ଏହି ସବୁ ସମସ୍ୟା ଥିଲେ ଖାଆନ୍ତୁ ନାହିଁ ଆମ୍ବ
ଅଧିକ ଚା ପିଉଥିଲେ ଜାଣନ୍ତୁ ଏହି ନିୟମ
ଛତୁ ଭେଜ୍ ନା ନନଭେଜ୍