ଓଡିଶାର କୋଟିଆ ଗ୍ରାମପୁଞ୍ଜର ଘର କାନ୍ଥଗୁଡିକରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଲୋଗ । ଏନେଇ ପ୍ରତିକ୍ରିୟା ରଖିଛନ୍ତି କୋରାପୁଟ ଜିଲ୍ଲାପାଳ । ସେ କହିଛନ୍ତି ଆନ୍ଧ୍ରପ୍ରଦେଶ ଖଳ ପ୍ରକୃତିର । କୋଟିଆରେ ରାଜ୍ୟ ସରକାର ବିଜୁ ପକ୍କା ଘର ନିର୍ମାଣ କରିଛନ୍ତି । ଆଉ ସେହି ଆବାସ ଘର କାନ୍ଥରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଲୋଗୋ ଥିବା ଷ୍ଟିକର ମାରିଲେ ସେହି ଘର ଓ ଗ୍ରାମ ଆନ୍ଧ୍ରପ୍ରଦେଶର ହୋଇଯିବ ନାହିଁ । ତେଣୁ ଏହାକୁ ଗୁରୁତ୍ୱ ନଦେବା ବୁଦ୍ଧିମାନର କାମ ହେବ ବୋଲି ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତର କହିଛନ୍ତି । ସୂଚନା ଅନୁସାରେ ଦୁଇ ଦିନ ତଳେ ଆନ୍ଧ୍ରପ୍ରଦେଶର ସ୍ୱାସ୍ଥ୍ୟ ବିଭାଗର ଦୁଇଟି ଟିମ୍ କୋଟିଆ ଗ୍ରାମପୁଞ୍ଜର ତଳସେମ୍ବି ଓ ଉପରସେମ୍ବି ଗାଁରେ ପହଞ୍ଚି ଘର ଘର ବୁଲି ସର୍ଭେ କରିଥିଲେ । ଏଥିସହ ଓଡିଶା ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଆବାସ ଗୃହର କାନ୍ଥରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଲୋଗୋ ଥିବା ଷ୍ଟିକର ଲଗାଇଥିଲେ । ଲୋଗୋ ଲଗାଇଥିବା ଘରକୁ ଆନ୍ଧ୍ରପ୍ରଦେଶ ପକ୍ଷରୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ପଞ୍ଜିକରଣ କରି ନମ୍ବର ପକାଇ ଫେରିଥିବା ଜଣାପଡିଛି । ଯାହକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା