ଶେଷରେ ଆନ୍ଦୋଳନରୁ ଓହରିଲା ୟୁନିଟ୍ -୧ ପରିବା ବ୍ୟବସାୟୀ ସଂଘ । ଆସନ୍ତାକାଲିଠୁ ଆନ୍ଦୋଳନ କରିବାକୁ ଘୋଷଣା କରିଥିଲେ । କିନ୍ତୁ ବିଏମସି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ପରେ ଆନ୍ଦୋଳନ ସ୍ଥଗିତ ରଖଛି ପରିବା ବ୍ୟବସାୟୀ ସଂଘ । ପାର୍ବଣ ସମୟରେ ମାର୍କେଟ ବନ୍ଦ ନକରିବାକୁ ପ୍ରଶାସନ ବାରମ୍ବାର ଅନୁରୋଧ କରିଥିଲା । ଏହା ପରେ ଆନ୍ଦୋଳନ ସ୍ଥଗିତ ରହିଛି ବୋଲି ୟୁନିଟ୍ -୧ କଞ୍ଚା ପରିବା ବ୍ୟବସାୟୀ ସଂଘ ସଭାପତି କବିରାଜ ସ୍ୱାଇଁ ସୂଚନା ଦେଇଛନ୍ତି । ଲକ୍ଷ୍ମୀ ପୂଜା ପରେ ପୁଣିଥରେ ବୈଠକ ବସିବ । ଏଥିରେ ମେୟର, ବିଧାୟକଙ୍କ ସହ ଆଲୋଚନା ହେବ ବୋଲି ସୂଚନା ରହିଛି । ସଂଘର ଦାବି ରହିଛି ଯେ ପରିବା ମାର୍କେଟକୁ ଆସିବାକୁ ଥିବା ରାସ୍ତାରୁ ଜବରଦଖଲ ହଟାଯାଉ । ପୂର୍ବଭଳି ବଡ ଗାଡିକୁ ଏହି ସବୁ ରାସ୍ତାରେ ପ୍ରବେଶ ପାଇଁ ଅନୁମତି ଦିଆଯାଉ ।
“The eyes believe themselves, the ears believe other people.”
More Stories
ଆଉ ହେବନି ବାଟମାରଣା, ଖଣି ଜଗିବେ ଓଆଇଏସ୍ଏଫ୍ ଜବାନ୍
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା