The Topmost

“The eyes believe themselves, the ears believe other people.”

ଆନ୍ତର୍ଜାତୀୟ ସ୍ତରରେ ମଳିନ ହେଲା ଦେଶର ନାଁ

ପ୍ରଧାନମନ୍ତ୍ରୀଙ୍କୁ କଂସେଇ କହିଲେ ପାକ୍ ବୈଦେଶିକ ମନ୍ତ୍ରୀ । ଆନ୍ତର୍ଜାତୀୟ ସ୍ତରରେ ଦେଶର ନାଁ ମଳିନ କରିବାକୁ ପଛାଇନାହିଁ ପାକିସ୍ତାନ । ଗୁରୁବାର ନ୍ୟୁୟର୍କରେ ଆୟୋଜିତ ଏକ ପ୍ରେସ୍ କନଫରେନ୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂସେଇ ବୋଲି ଆକ୍ଷେପ କରିଛନ୍ତି ପାକିସ୍ତାନ ମନ୍ତ୍ରୀ ବିଲାବଲ ଜରଦାରି ଭୁଟୋ । ଏପରିକି ମୋଦିଙ୍କୁ ସିଧାସଳଖ ଟାର୍ଗେଟ୍ କରି କହିଥିଲେ- ‘ମୁଁ ଭାରତକୁ କହିବାକୁ ଚାହୁଁଛି ଓସାମା ବିନ ଲାଦେନ ମରି ସାରିଲାଣି । କିନ୍ତୁ  ‘ଗୁଜରାଟର କଂସେଇ’ ଏବେବି ଜୀବିତ । ଆଉ ସେ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି, ମୋଦି ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଆମେରିକା ତାଙ୍କ ଏଣ୍ଟ୍ରି ଉପରେ ବ୍ୟାନ୍ ଲଗାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଭାରତର ନୁହେଁ । ବରଂ ସେମାନେ RSSର ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ।