ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ହେବ କେନ୍ଦୁଝରର ପ୍ରସିଦ୍ଧ ଭୀମକୁଣ୍ଡ । ପାଟଣାର ବିଭିନ୍ନ ମନ୍ଦିର ପାଇବ ନୂଆ ରୂପ । ଏନେଇ ୬ ମାସରେ କାମ ଆରମ୍ଭ ହୋଇ ଶୀଘ୍ର ସାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଆଜି ସକାଳୁ କେନ୍ଦୁଝର ବିକାଶର ନକ୍ସା ଅଙ୍କିବାକୁ ପ୍ରଥମେ ପହଞ୍ଚିଥିଲେ ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳୀ । ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବା ସହ ଏହାର ବିକାଶ ଏବଂ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି । ସ୍ଥାନୀୟ ଲୋକଙ୍କର ଚାଷଜମିକୁ ଜଳସେଚନ ବ୍ୟବସ୍ଥା କରାଯିବାକୁ ପ୍ରତିଶ୍ରୁତି ଦେବା ସହ ମିଶନ ଶକ୍ତି ମାମାନଙ୍କ ସହ ହାତ ମିଳାଇ ବାର୍ତ୍ତାଳାପ କରିଛନ୍ତି । ଏହାସହ ପଞ୍ଚାୟତ ସ୍ତରରେ ଥିବା MBK ଓ CRPମାନଙ୍କ ଦରମା ବୃଦ୍ଧି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ