The Topmost

“The eyes believe themselves, the ears believe other people.”

ଆନ୍ତର୍ଜାତୀକ ସ୍ତରରେ ପୁଣି ଅପମାନିତ ହେଲା ପାକିସ୍ତାନ

ଆନ୍ତର୍ଜାତୀକ ସ୍ତରରେ ପୁଣି ଅପମାନିତ ହେଲା ପାକିସ୍ତାନ । ଏହାସହ କଡା ସମାଲୋଚନାର ଶୀକାର ହୋଇଛନ୍ତି ସରିଫ ସରକାର । ପାକିସ୍ତାନ ଦ୍ୱାରା ତୁର୍କିକୁ ପଠାଯାଇଥିବା ରିଲିଫ ସାମଗ୍ରୀକୁ ଫେରାଇ ଦେଇଛି ତୁର୍କି । ପାକିସ୍ତାନ ଏବେ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଆଉ ଏହାରି ଭିତରେ ଆଉ ଏକ ଲଜ୍ଜାଜନକ ପରିସ୍ଥିତିର ସାମନା କରିଛି ପାକିସ୍ତାନ । ଗତବର୍ଷ ପାକିସ୍ତାନରେ ଘଟିଥିବା ପ୍ରଳୟଙ୍କାରୀ ବନ୍ୟା ସମୟରେ ଏହି ରିଲିଫ ସାମଗ୍ରୀକୁ ତୁର୍କି ପାକ୍ କୁ ପଠାଇଥିଲା । କିନ୍ତୁ ପାକ୍ ତାକୁ ବ୍ୟବହାର ନକରି ସାଇତି ରଖିଥିଲା । ଆଉ ବର୍ତ୍ତମାନ ତୁର୍କି ସାମନା କରୁଥିବା ବିପର୍ଯ୍ୟୟ ସମୟରେ ପାକ୍ ସେହି ସମାନ ସାମଗ୍ରୀ ସହ ପୁରୁଣା କଭର କାଢି ନୁଆ କଭର ପକାଇ ତୁର୍କିକୁ ପଠାଇଛି । କିନ୍ତୁ ଭିତରେ ଥିବା କଭରକୁ ବାହାର କରିବାକୁ ଭୁଲିଯାଇଛି ପାକିସ୍ତାନ । ଯାହାକୁ ନେଇ କଡା ସମାଲୋଚନାର ଶିକାର ହୋଇଛନ୍ତି ଶେହବାଜ୍ ସରକାର ।