ଲାଖୋଲି-ରାୟପୁର ଆରଭି ବ୍ଲକ ହଟ୍ର ଦୋହରୀକରଣ ସମେତ ହେବ ଆଧୁନିକୀକରଣ । ଏହି କାର୍ଯ୍ୟ ଲାଗି ୫ଟି ଟ୍ରେନ୍ ବାତିଲ୍ ହୋଇଛି । ସେଗୁଡ଼ିକ ହେଲା ଗାନ୍ଧୀଧାମ-ପୁରୀ ଗାନ୍ଧୀଧାମ ଏକ୍ସପ୍ରେସ୍ ୭ ତାରିଖରେ ଗାନ୍ଧୀଧାମରୁ ଓ ୧୦ ତାରିଖରେ ପୁରୀରୁ, ବିଶାଖାପାଟଣା-କୋର୍ବା-ବିଶାଖାପାଟଣା ଏକ୍ସପ୍ରେସ୍ । ଆସନ୍ତା ୧୧ ତାରିଖରେ ବିଶାଖାପାଟଣାରୁ ଓ ୧୨ ତାରିଖରେ କୋର୍ବାରୁ, ରାୟପୁର-ଜୁନାଗଡ଼ ରୋଡ-ରାୟପୁର ସ୍ବତନ୍ତ୍ର ଟ୍ରେନ୍ । ରାୟପୁରରୁ ୬ରୁ ୧୬ ତାରିଖ ପର୍ଯ୍ୟନ୍ତ ଓ ଜୁନାଗଡ଼ ରୋଡ୍ରୁ ୭ରୁ ୧୭ ତାରିଖ ଯାଏ, ବିଶାଖାପାଟଣା-ଦୁର୍ଗ- ବିଶାଖାପାଟଣା ଟ୍ରେନ୍ ବିଶାଖାପାଟଣାରୁ ସେପ୍ଟେମ୍ବର ୬ରୁ ୧୨ ଓ ଦୁର୍ଗରୁ ଆସନ୍ତା ୭ରୁ ୧୩ ତାରିଖ ପର୍ଯ୍ୟନ୍ତ, ଟିଟିଲାଗଡ଼-ରାୟପୁର-ଟିଟିଲାଗଡ଼ ପାସେଞ୍ଜର ସ୍ବତନ୍ତ୍ର ଟ୍ରେନ୍ । ସେପ୍ଟେମ୍ବର ୬ରୁ ୧୨ ମଧ୍ୟରେ ଟିଟିଲାଗଡ଼ରୁ ଓ ଆସନ୍ତା ୭ରୁ ୧୩ ତାରିଖ ପର୍ଯ୍ୟନ୍ତ ରାୟପୁରରୁ ବାତିଲ୍ ରହିବ । ଏଥିସହ ଦୁଇଟି ଟ୍ରେନ୍ ଆଂଶିକ ବାତିଲ୍ ହୋଇଥିବା ବେଳେ ୪ଟିର ମାର୍ଗ ପରିବର୍ତନ ଓ ୯ଟିର ସମୟ ପରବର୍ତ୍ତନ କରାଯାଇଛି ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା