The Topmost

“The eyes believe themselves, the ears believe other people.”

ଆଦିପୁରୁଷ ଫିଲ୍ମକୁ ନେଇ ବର୍ଷିଲେ କୋର୍ଟ

ଫିଲ୍ମ ଆଦିପୁରୁଷକୁ କଡ଼ା ସମାଲୋଚନା କରିଛନ୍ତି ଆହ୍ଲାବାଦ ହାଇକୋର୍ଟ। ଫିଲ୍ମକୁ ବ୍ୟାନ କରିବା ପାଇଁ ଦାଏର ଆବେଦନ ଉପରେ ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ, ଏଭଳି ଏକ ଫିଲ୍ମକୁ ପାସ୍ କରିବା ବଡ଼ ଭୁଲ। କୋରାନ ଉପରେ ଗୋଟିଏ ଛୋଟିଆ ଡକ୍ୟୁମେଣ୍ଟ୍ରି ତିଆରି କରନ୍ତୁ ତାପରେ ଦେଖନ୍ତୁ କଣ ହେବ। କ୍ରମାଗତ ଭାବେ ୩ ଦିନ ଧରି ଚାଲିଥିବା ଶୁଣାଣି କାଳରେ ହାଇକୋର୍ଟ ଏଭଳି କଟୁ ଟିପ୍ପଣୀ କରିଛନ୍ତି। ସୂଚନାଯୋଗ୍ୟ ଯେ, ଆଗରୁ ହାଇକୋର୍ଟ ଏହି ମାମଲାରେ ଫିଲ୍ମର ସଂଳାପ ଲେଖକ ମନୋଜ ମୁନ୍ତସିରଙ୍କୁ ଗୋଟିଏ ପକ୍ଷ କରିବାକୁ ମଧ୍ୟ ଆଦେଶ ଦେଇ ସାରିଛନ୍ତି। ବୁଧବାର ଦିନ ମାମଲାର ଶୁଣାଣି କାଳରେ ହାଇକୋର୍ଟ ବେଞ୍ଚ କହିଥିଲେ ଯେ, ଯେଉଁ ରାମାୟଣର ଚରିତ୍ର ମାନଙ୍କୁ ପୂଜା କରାଯାଏ ସେମାନଙ୍କୁ ଥଟ୍ଟା ଉଡାଯାଇ ଫିଲ୍ମରେ ଦେଖାଯାଇଛି। ଏଭଳି ଫିଲ୍ମକୁ କେମିତି ସେନ୍ସର ବୋର୍ଡ୍ ପାସ୍ କରିପାରିଲା। ଫିଲ୍ମକୁ ସାର୍ଟିଫିକେଟ୍ ମିଳିବା ଏକ ବିରାଟ ଭୁଲ। ଫିଲ୍ମର ପ୍ରଡ୍ୟୁସରମାନଙ୍କ ଲକ୍ଷ୍ୟ କେବଳ ଆୟ କରିବା କାରଣ ଫିଲ୍ମ ହିଟ୍ ହୁଏ। ଯଦି ଆପଣ କୋରାନା ଉପରେ ଏହିଭଳି ଗୋଟିଏ ଛୋଟିଆ ଡକ୍ୟୁମେଣ୍ଟ୍ରି ମଧ୍ୟ ବନାଇ ଦେବେ, ଯେଉଁଥିରେ ଭୁଲ ଜିନିଷ ଦର୍ଶାଯାଇଥିବ ତେବେ ଆପଣ ଜାଣିଯିବେ ଆପଣଙ୍କ ସହିତ କଣ ହେବ। ଆପଣଙ୍କୁ କୋରାନ,ବାଇବେଲକୁ ମଧ୍ୟ ଛୁଇଁବା କଥା ନୁହେଁ।ମୁଁ ଏଠାରେ ସ୍ପଷ୍ଟ କରିବାକୁ ଚାହେଁ ଯେ, କୌଣସି ଧର୍ମକୁ ଛୁଆଁ ନଯାଉ।