The Topmost

“The eyes believe themselves, the ears believe other people.”

ଆଦାନୀ-ହିଣ୍ଡେନବର୍ଗ ମାମଲାରେ ଯାଞ୍ଚ କରିବ ଏକ୍ସପର୍ଟ କମିଟି

ଆଦାନୀ-ହିଣ୍ଡେନବର୍ଗ ମାମଲାରେ ଯାଞ୍ଚ କରିବ ଏକ୍ସପର୍ଟ କମିଟି। ଆଦାନୀ ଗ୍ରୁପକୁ ନେଇ ହିଣ୍ଡେନବର୍ଗ ଦେଇଥିବା ରିପୋର୍ଟର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆଜି କୋର୍ଟରେ ମାମଲାର ଶୁଣାଣି ବେଳେ ଏକ୍ସପର୍ଟ କମିଟି ଗଠନ ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡ଼ା SEBI ଏହି ମାମଲାର ତଦନ୍ତ ଜାରି ରଖିବ ବୋଲି କହିଛନ୍ତି କୋର୍ଟ । ଦୁଇ ମାସ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ SEBIକୁ ନିର୍ଦ୍ଦେଶ ନେଇଛନ୍ତି ସୁପ୍ରିମକୋର୍ଟ । SEBI ହିଣ୍ଡେନବର୍ଗ ରିପୋର୍ଟ ଓ ଆଦାନୀ ଗ୍ରୁପ ନାଁରେ ଆସିଥିବା ଅଭିଯୋଗର ଯାଞ୍ଚ କରିବ । ଅନ୍ୟ ଦିଗଗୁଡ଼ିକରେ ଏକ୍ସପର୍ଟ କମିଟି ଯାଞ୍ଚ କରିବ ବୋଲି ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।