ଆଦାନି-ହିଣ୍ଡେନ୍ବର୍ଗ ମାମଲା ଉପରେ ରିପୋର୍ଟିଙ୍ଗ୍ କରିବାରେ ଗଣମାଧ୍ୟମକୁ ବାଧା ଦେବା ଲାଗି ଆଗତ ଆବେଦନକୁ ଆଜି ସୁପ୍ରିମ୍ କୋର୍ଟ ଖାରଜ କରିଛନ୍ତି । ଏହି ଆବଦେନକୁ ଖାରଜ କରି ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି, ଆମେ ଗଣମାଧ୍ୟମକୁ କୌଣସି ଆଦେଶ ଦେଇ ପାରିବୁ ନାହିଁ । ଆଡ୍ଭୋକେଟ୍ ଏମ୍. ଏଲ୍. ଶର୍ମା ଏହି ପ୍ରସଙ୍ଗ ଉତ୍ଥାପନ କରି କହିଲେ ଏହି ଘଟଣାରେ ପ୍ରତିଦିନ ନୂଆ ଘଟଣା ସବୁ ପ୍ରକାଶ ପାଉଛି । ତାଙ୍କ କଥାର ଉତ୍ତର ଦେଇ ଭାରତର ପ୍ରଧାନ ବିଚାରପତି ଡି. ୱାଇଐ ଚନ୍ଦ୍ରଚୂଡ଼ କହିଲେ, ସର୍ବୋଚ୍ଚ ଅଦାଲତ ଏହି ମାମଲାରେ ରାୟ ଦେବା ସହିତ ଯାହା କରିବା କଥା କରିବେ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ