February 11, 2026

ଆଦାନିଙ୍କ ପିଛା ଛାଡୁନି ହିଣ୍ଡେନବର୍ଗ

ଆଦାନିଙ୍କ ପିଛା ଛାଡୁନି ହିଣ୍ଡେନବର୍ଗ । ଗତମାସ ୨୪ ତାରିଖରୁ ଆଜି ମଧ୍ୟରେ ଆଦାନି ଗ୍ରୁପ୍‌ର ସେୟାର ମୂଲ୍ୟ ୧୩୪ ବିଲିଅନ ଡଲାର ଧୋଇଗଲାଣି । ଅର୍ଥାତ୍ ଭାରତର ମୋଟ ଜିଡିପି ୩.୧୭ ଲକ୍ଷ କୋଟି ଡଲାରର ଏହା ୪.୨୨ ପ୍ରତିଶତ। ଅଦାନି ଯେଉଁ କ୍ଷତି ସହିଛନ୍ତି ତାହା ଆଙ୍ଗୋଲାର ଜିଡିପି ସହ ସମାନ। ଆଜି ଆଦାନି ଗ୍ରୁପ ଅଧୀନ ୧୦ଟି କମ୍ପାନିର ବଜାରପୁଞ୍ଜି ୮,୦୯,୧୮୨ କୋଟି ଟଙ୍କା ବା ୯୮ ବିଲିଅନ ଡଲାର ରହିଥିବା ଆକଳନ କରାଯାଇଛି। ଆଦାନି ଗ୍ରୁପ୍‌ କମ୍ପାନିଗୁଡ଼ିକର ସେୟାର ମୂଲ୍ୟ କରୋନା ମହାମାରୀ ବେଳେ କ୍ଷୀପ୍ରଗତିରେ ଆଗକୁ ବଢ଼ିଥିଲା । ଏତେ ବଢ଼ିଯାଇଥିଲା ଯେ ଏହାର ପ୍ରତିଷ୍ଠାତା ଗୌତମ ଆଦାନି ବିଶ୍ବର ଦ୍ବିତୀୟ ଧନୀ ବ୍ୟକ୍ତିରେ ପରିଣତ ହୋଇଥିଲେ। କିନ୍ତୁ ଗତମାସ ୨୪ ତାରିଖରେ ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚ ଏହି ଗ୍ରୁପ ବିରୋଧରେ ଷ୍ଟକ ଏବଂ ଆକାଉଣ୍ଟିଂ ଜାଲିଆତି ଅଭିଯୋଗ ଆଣିବା ପରେ ଅଦାନୀଙ୍କୁ ଲାଗିଛି ସାଂଘାତିକ ଝଟକା । ଆମେରିକୀୟ ସଂସ୍ଥା କରିଥିବା ଅଭିଯୋଗ ଭିତ୍ତିହୀନ ବୋଲି ଆଦାନି ଗ୍ରୁପ୍ କହୁଥିଲେ ମଧ୍ୟ ନିବେଶକମାନଙ୍କ ମନ ବୁଝୁନି ।

SHARE BY