ଦିଲ୍ଲୀ ମଦ ଦୁର୍ନୀତି ମାମଲା । ଆଜି ସିବିଆଇରେ ହାଜର ହେବେନି ଟିଆରଏସ ନେତ୍ରୀ କେ. କବିତା । ଏନେଇ ସିବିଆଇକୁ ଚିଠି ଲେଖିଛନ୍ତି କବିତା । ଡିସେମ୍ବର ୬ ତାରିଖରେ ସିବିଆଇରେ ହାଜର ହେବା ଲାଗି ଗତ ଶୁକ୍ରବାର କବିତାଙ୍କୁ ନୋଟିସ ଦେଇଥିଲା ସିବିଆଇ । ବହୁଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ନାମରେ ରହିଛି ମାମଲା । ସିବିଆଇ ଡିଆଇଜି ରାଘବେନ୍ଦ୍ର ବାସାଙ୍କ ନିକଟକୁ ପତ୍ର ଲେଖି କବିତା ଦର୍ଶାଇଥିଲେ- ତାଙ୍କ ନାମ ସିବିଆଇ ଏଫଆଇଆରରେ ନଥିବାରୁ ସେ ୬ ତାରିଖରେ ସିବିଆଇରେ ହାଜର ହେବେ ନାହିଁ । ତେବେ ଆସନ୍ତା ୧୧, ୧୨, ୧୪ କିମ୍ବା ୧୫ ତାରିଖରେ କବିତା ସିବିଆଇ ଡିଆଇଜିଙ୍କୁ ଭେଟିବା ଲାଗି ତାରିଖ ମାଗିଛନ୍ତି ।
“The eyes believe themselves, the ears believe other people.”
More Stories
ନିହତ ପର୍ଯ୍ୟଟକଙ୍କ ଲିଷ୍ଟ ହେଲା ଜାରି
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି