ଆଜି ହେବ ପିଣ୍ଟୁ ନନ୍ଦଙ୍କ ଅନ୍ତିମ ସଂସ୍କାର । ପୁରୀ ସ୍ବର୍ଗଦ୍ବାରରେ ହେବ ଶବଦାହ । ଗତକାଲି ରାତିରେ ହାଇଦ୍ରାବାଦରୁ ଭୁବନେଶ୍ବରରେ ପହଞ୍ଚିଥିଲା ମରଶରୀର । ଆମ୍ବୁଲାନ୍ସ ଯୋଗେ ମରଶରୀରକୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କୁ ରାତିରେ ରଖାଯାଇଥିଲା । ଆଜି କଳାରାହାଙ୍ଗ ବାସଭବନ ନିଆଯିବ ପାର୍ଥିବ ଶରୀର । ସେଠାରେ ପରିବାର ଓ ବନ୍ଧୁ ପରିଜନ ଶେଷ ଦର୍ଶନ କରିବେ । ପରେ ଆଚାର୍ଯ୍ୟ ବିହାର ଠାରେ ଥିବା ତାଙ୍କର ଏକ ଚା ଖଟିକୁ ନିଆଯିବ । ସେଠାରୁ ସିଧା ଶେଷ କୃତ୍ୟ ପାଇଁ ତାଙ୍କୁ ପୁରୀ ସ୍ବର୍ଗଦ୍ବର ନିଆଯିବ । ଗତ ବୁଧବାର ବିଳମ୍ବିତ ରାତିରେ ହାଇଦ୍ରାବାଦ ଯଶୋଦା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଲିଭର ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ପିଣ୍ଟୁଙ୍କର ପରଲୋକ ହୋଇଛି ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା