ଆଜି ହେବନି ଜଗମୋହନ ନାଟ ମଣ୍ଡପ ମରାମତି କାମ । ଆଜି ହେବାକୁ ଥିବା ମରାମତି କାମକୁ ସ୍ଥଗିତ ରଖିଛି ଏଏସ୍ଆଇ । ଅପରାହ୍ନରେ ଥିବା ବୈଠକରେ ନାଟମଣ୍ଡପ ମରାମତି ନେଇ ଆଲୋଚନା ହେବ । ଏବେ କାର୍ତ୍ତିକ ମାସ ଯୋଗୁଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ହେଉଛି । ତେଣୁ ଏହି ସମୟରେ ମରାମତି ହେବା ସମ୍ଭବପର ନୁହେଁ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁମତି ଲୋଡିଛି ଏଏସଆଇ । ଗରୁଡ଼ଙ୍କ ପାଖରୁ ଭିତର କାଠ ପଯ୍ୟନ୍ତ ମରାମତି ପାଇଁ ଲୁହାଭାରା କରାଯିବ । ଦିନକୁ ୬ ଘଣ୍ଟା ଲେଖାଏଁ କାମ କରି ୧୨୦ ଦିନରେ କାମ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଜିର ବୈଠକରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ଏଏସ୍ଆଇ ଅନୁମତି ଲୋଡିବା ଉପରେ ଆଲୋଚନା କରାଯିବ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ