ଆଜି ହେଉଛି ଶେଷ ରଜ ବା ଭୂମି ଦହନ । ରଜ ପାଇଁ ଉତ୍ସଵ ମୁଖର ସାରା ଓଡିଶା । ସବୁଠି ମହାଆଡମ୍ବରରେ ପାଳନ ହେଉଛି ଉତ୍ସବ। ଗାଁଠୁ ରାଜଧାନୀ ପର୍ଯ୍ୟନ୍ତ ଚାଲିଛି ରଜ ମଉଜ । କୂଆଁରିଙ୍କ ମନରେ ଅସୁମାରି ଆନନ୍ଦ ଉଲ୍ଲାସ । ନୂଆ ପୋଷକ ପିନ୍ଧି ସଜେଇ ହୋଇ ସାଙ୍ଗସାଥିଙ୍କ ସହ ରଜ ଦୋଳିର ମଜା ନେଇଛନ୍ତି ଝିଅ ଓ ବୋହୂ । ପିଠାପଣାର ମହକରେ ବାସୁଛି ଗାଁ ଗଣ୍ଡା । ସବୁଠି ପୋଡ଼ ପିଠା ସାଙ୍ଗକୁ ରଜ ପାନର ଆଦର । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ମଧ୍ୟ ରଜ ପାନ ଖାଇ ଉତ୍ସବରେ ସାମିଲ ହୋଇଛନ୍ତି । ଅନେକ ଗାଁରେ ଆୟୋଜିତ ହେଉଛି ଦୋଳି ଓ କବାଡ଼ି ଖେଳ ପ୍ରତିଯୋଗିତା । ଭୁବନେଶ୍ବରରେ ଓଟିଡିସି ପକ୍ଷରୁ ରଜ ଉତ୍ସବ ଆୟୋଜନ କରାଯାଉଛି । ପାରମ୍ପରିକ ପିଠାର ପସରା ଖୋଲି ଗଡୁଛି ପିଠା ଅନ ହ୍ବିଲ୍ । ତିନିଦିନ ଧରି ପାଳିତ ହେଉଥିବା ଏହି ଗଣ ପର୍ବର ଆଜି ତୃତୀୟ ଦିନ । ଚଳଚଞ୍ଚଳ ଗାଁରୁ ସହର । ତେବେ ଆସନ୍ତାକାଲି ବସୁମତୀ ସ୍ନାନ । ଏହି ଦିନରେ ମାଟି ମାଆକୁ ପୂଜା କରାଯାଇଥାଏ । ପ୍ରତିଟି ନାରୀଙ୍କୁ ସମ୍ମାନ ଦେବା ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା