ଆଜି ପୃଥିବୀରେ ସୃଷ୍ଟି ହେବ ବଡ଼ ଧରଣର ସୌରଝଡ଼ । ପ୍ରଥମ ଥର ଲାଗି ପୃଥିବୀ, ଚନ୍ଦ୍ର ଓ ମଙ୍ଗଳ ଗ୍ରହରେ ଏହି ଝଡ଼ର ପ୍ରଭାବ ପଡ଼ିବ । ଚଳିତ ସପ୍ତାହର ପ୍ରଥମ ଭାଗରେ କରୋନାଲ ମାସ ଇଜେକସନ ବା ସିଏମଇ ସୃଷ୍ଟି ହୋଇଥିବାବେଳେ ଆଜି ଓ ଆସନ୍ତାକାଲି ସୌରଝଡ଼ ନେଇ ସତର୍କ କରାଇଛି ଆମେରିକାର ମହାକାଶ ଜଳବାୟୁ ସଂସ୍ଥା ଏନଓଏଏ । ଏହି ଦୁଇ ଦିନ ମାଇନର ଜି-୧ କ୍ଲାସ ଜିଓମାଗ୍ନେଟିକ ଷ୍ଟର୍ମ ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ପ୍ରଭାବିତ କରିବ । ବର୍ତ୍ତମାନ ପୃଥିବୀରେ ୯ଟି ଆକ୍ଟିଭ ସନସ୍ପଟ ରହିଛି । ତେବେ ଏହି ସୌରଝଡ଼ ଯୋଗୁ ଓ୍ବାଇରଲେସ କମ୍ୟୁନିକେସନ ଓ ଜିପିଏସ ସର୍ଭିସ ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି । ଏହାସହ ଏୟାରଲାଇନସ, ମେରାଇନ କ୍ଷେତ୍ର, ହାମ୍ ରେଡିଓ କଣ୍ଟ୍ରୋଲର, ଡ୍ରୋନ କ୍ଷେତ୍ରରେ ସମସ୍ୟା ଉପୁଜିବା ଆଶଙ୍କା କରାଯାଉଛି । ଗତ ୨୦୨୧ ଅକ୍ଟୋବର ୨୮ରେ ଏହି ସୌରଝଡ଼ ସୃଷ୍ଟି ହୋଇଥିଲା ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ