The Topmost

“The eyes believe themselves, the ears believe other people.”

ଆଜି ସୁରଟ ସେସନ୍ସ କୋର୍ଟରେ ରାହୁଲ ଗାନ୍ଧିଙ୍କ ପରବର୍ତ୍ତୀ ଶୁଣାଣି

ମୋଦି ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧିଙ୍କୁ ଦଣ୍ଡାଦେଶ ପ୍ରସଙ୍ଗ । ଆଜି ସୁରଟ ସେସନ୍ସ କୋର୍ଟରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ଏହି ସମୟରେ ରାହୁଲ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବା ଆବଶ୍ୟକ ନାହିଁ ବୋଲି କୋର୍ଟ କହିଛନ୍ତି । ମେ ୩ରେ ଦଣ୍ଡାଦେଶ ବିରୋଧରେ ଆବେଦନର ଶୁଣାଣି କରିବେ କୋର୍ଟ । ମାନହାନି ମାମଲାରେ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ସୁରଟ ସେସନ୍ସ କୋର୍ଟରେ ପିଟିସନ ଦାଏର କରିଛନ୍ତି ରାହୁଲ ଗାନ୍ଧି । ଦଣ୍ଡାଦେଶର ୧୧ଦିନ ପରେ ଏପ୍ରିଲ ୩ତାରିଖରେ ସେସନ୍ସ କୋର୍ଟରେ ରାହୁଲ ଆବେଦନ କରିଥିଲେ । ୨୦୧୯ ଏପ୍ରିଲରେ କର୍ଣ୍ଣାଟକରେ ମୋଦି ସରନେମକୁ ନେଇ ବିବାଦୀୟ ବୟାନ ପରେ ରାହୁଲଙ୍କ ବିରୋଧରେ ଦାୟର ହୋଇଥିଲା ମାନହାନି ମାମଲା ।