ମଙ୍ଗଳବାର ସରିଯିବ କଟକର ଐତିହାସିକ ବାଲିଯାତ୍ରା । ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ୯ ଦିନିଆ ମହାମେଳାର ଆଜି ଶେଷଦିନ । ଆଜି ଶେଷଦିନରେ ବାଲିଯାତ୍ରାରେ ଅସମ୍ଭାଳ ଭିଡ଼ ହେବାର ଆଶଙ୍କା ରହିଛି । ବାଲିଯାତ୍ରାରେ ଏବେ ଜନସମୁଦ୍ର ପରିସ୍ଥିତି ସୃଷ୍ଟି ହେଉଛି । ଉପର ଓ ତଳ ବାଲିଯାତ୍ରା ପଡିଆରେ ଲୋକଙ୍କର ଖଚାଖଚ ଭିଡ଼ ଲାଗୁଛି । ଚଟାପଟ ଖାଇବା ସାଙ୍ଗକୁ ବିଭିନ୍ନ ଘରକରଣା ସାମଗ୍ରୀ କିଣିବାକୁ ଲୋକ ଭିଡ଼ ଜମାଉଛନ୍ତି । ଏହାଛଡ଼ା ଦୋଳି ଓ ଅନ୍ୟ ରୋମାଞ୍ଚକର ଅନୁଭୂତି ମଧ୍ୟ ନେଉଛନ୍ତି ଜନସାଧାରଣ । ସୋମବାର ବାଲିଯାତ୍ରା ଅବଧି ସରୁଥିବାବେଳେ ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଗୋଟିଏ ଦିନ ପାଇଁ ବଢ଼ାଇବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆଜି ଶେଷଦିନ ଥିବାରୁ ବାଲିଯାତ୍ରାରେ ପ୍ରବଳ ଲୋକଙ୍କ ଭିଡ଼ ହେବା ସମ୍ଭାବନା ରହିଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ