() ଆଜି ହେଉଛି ଶେଷ ରଜ ବା ଭୂମି ଦହନ । ଗାଁଠୁ ସହର ସବୁଠି ମହାଆଡ଼ମ୍ବରରେ ପାଳନ ହେଉଛି ରଜ ଉତ୍ସବ । କୂଆଁରି ମାନେ ମନରେ ଅସୁମାରି ଆନନ୍ଦ ଉଲ୍ଲାସର ସହ ନୂଆ ପୋଷକ ପିନ୍ଧି ସଜେଇ ହୋଇ ସାଙ୍ଗସାଥିଙ୍କ ସହ ରଜ ଦୋଳିର ମଜା ନେଉଛନ୍ତି । ବିଭିନ୍ନ ପ୍ରକାରର ପିଠାପଣାର ମହକରେ ବାସୁଛି ଗାଁ ଗଣ୍ଡା । ତେବେ ରଜ ଯେ କେବଳ ଝିଅ ମାନଙ୍କ ପାଇଁ ତାହା ନୁହେଁ, ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ମଧ୍ୟ ରଜ ପାନ ଖାଇ ଉତ୍ସବରେ ସାମିଲ ହୋଇଛନ୍ତି । ସେପଟେ ରାଜଧାନୀ ଭୁବନେଶ୍ୱରରେ ଓଟିଡିସି ପକ୍ଷରୁ ରଜ ଉତ୍ସବ ଆୟୋଜନ କରାଯାଉଛି । ପାରମ୍ପରିକ ପିଠାର ପସରା ଖୋଲି ଗଡ଼ୁଛି ପିଠା ଅନ ହ୍ୱିଲ୍ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା