ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମୈଦାନ । ପ୍ରଚାର ପାଇଁ ଆଉ ଦୁଇଦିନ ସମୟ ଥିବାବେଳେ ଆଜି ମୈଦାନକୁ ଓହ୍ଲାଇବେ ଖୋଦ୍ ମୁଖ୍ୟମନ୍ତ୍ରୀ । ଏହାସହ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଚାର ଲାଗି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରୁ ଅପରାହ୍ନ ୩ଟା ୪୫ରେ ବିମାନ ଯୋଗେ ବାହାରି ଝାରସୁଗୁଡ଼ା ବିମାନ ବନ୍ଦରରେ ୪ଟା ୩୦ରେ ପହଞ୍ଚିବେ । ସେଠାରେ ଜେଲ ପାଖ ଅମଲିପାଲି ପଡିଆରେ ହେବାକୁ ଥିବା ସଭାସ୍ଥଳକୁ ଯାଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ୪ଟା ୩୦ରୁ ୫ଟା ୧୫ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରେ ରହି ପ୍ରଚାର କରିବା ସହ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ଭୋଟ୍ ମାଗିବେ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଜି ଝାରସୁଗୁଡ଼ାରେ ପ୍ରଚାର କରିବେ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଭୋଟ୍ ମାଗିବେ କେନ୍ଦ୍ରମନ୍ତ୍ରୀ । ସକାଳ ୧୦ଟା ୩୦ରେ କୋଲାବିରା ବ୍ଲକରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ କେନ୍ଦ୍ରମନ୍ତ୍ରୀ । ଅପରାହ୍ଣ ୪ଟାରେ ଝାରସୁଗୁଡ଼ା ସହର ବସଷ୍ଟାଣ୍ଡଠାରେ ମଧ୍ୟ ରୋଡ୍ ସୋ’ କରିବାର କାର୍ଯ୍ୟକ୍ରମ ରହିଛି ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା