The Topmost

“The eyes believe themselves, the ears believe other people.”

ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ ମେଣ୍ଟ

ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ ମେଣ୍ଟ ଇଣ୍ଡିଆର ସାଂସଦ । ମଣିପୁର ପ୍ରସଙ୍ଗରେ ବିରୋଧୀ ଦଳର ସାଂସଦମାନେ ରାଷ୍ଟ୍ରପତିଙ୍କ ନିକଟରେ କେନ୍ଦ୍ର ସରକାରଙ୍କର ଥିବା ଆଭିମୁଖ୍ୟ ସ୍ପଷ୍ଟ କରିବେ । ବିରୋଧୀ ଦଳ ନେତାଙ୍କୁ ଭେଟିବାକୁ ରାଜି ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରାୟ ୩ ମାସ ହେଲା ମଣିପୁର ଜଳୁଥିବା ବେଳେ ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି ସେମାନଙ୍କ କଥା ଶୁଣନ୍ତୁ ବୋଲି ଅନୁରୋଧ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିଲେ । ଏହାକୁ ସେ ଗ୍ରହଣ କରି ଭେଟିବାକୁ ସମୟ ଦେଇଛନ୍ତି । ଆଜି ଦିନ ୧୧.୩୦ରେ ସେ ବିରୋଧୀ ଦଳର ସାଂସଦମାନଙ୍କୁ ଭେଟିବେ ରାଷ୍ଟ୍ରପତି । ଜୁଲାଇ ୨୦ରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀ ଉଭୟ ଲୋକସଭା ଓ ରାଜ୍ୟସଭାରେ ନାରାବାଜୀ କରୁଛନ୍ତି ।