ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୦ଟାରେ ବୈଠକ ବସିବ । ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିପାରେ ମୋହର । ବିଧାନସଭା ଅଧିବେଶନ ଜାରି ରହିଥିବାରୁ କାର୍ଯ୍ୟସୂଚୀ ତଥା ଏଜେଣ୍ଡାକୁ ସାର୍ବଜନୀନ କରାଯାଇନି । କରୋନା କଟକଣାକୁ ଦୃଷ୍ଟିରେ ରଖି ଭର୍ଚୁଆଲ ମୋଡରେ ବୈଠକ ହେବାର ଅଛି । ସେପଟେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡରେ ନବୀନ ନିବାସରୁ ଯୋଡି ହେବେ ବୋଲି ଜଣାପଡିଛି । ମନ୍ତ୍ରୀମାନେ ନିଜ ଅଫିସ କିମ୍ବା ଲୋକସେବା ଭବନରୁ ଭର୍ଚୁଆଲ ମାଧ୍ୟମରେ ଯୋଡି ହେବେ । ସେହିପରି ବିଭାଗୀୟ ଅଧିକାରୀମାନେ ଲୋକସେବା ଭବନରୁ ସାମିଲ୍ ହେବେ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ