ଦଶମୂଳ ଔଷଧ ସେବନ କରି ସୁସ୍ଥ ହେଲେ ମହାପ୍ରଭୁ । ଦଶମୀରେ ଚକାବିଜେ ଅନୁଷ୍ଠିତ ହୋଇଥିବାବେଳେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ଔଷଧ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାବାହୁ । ତେବେ ସୁସ୍ଥ ହେବାର ଖବର ନେଇ ଆଜି ଦଇତାପତି ସେବକମାନେ ଶ୍ରୀନଅରରେ ଗଜପତିଙ୍କୁ ଅବଗତ କରାଇବେ । ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ଅନବନର ସମୟରେ ଶ୍ରୀଅଙ୍ଗରୁ ବାହାରିଥିବା ବିବିଧ ସାମଗ୍ରୀକୁ ପ୍ରସାଦ ରୂପରେ ରାଜନଅରକୁ ବିଜେ କରାଯିବ । ଏହି ବିଜେ ନୀତିକୁ ରାଜପ୍ରସାଦ ବିଜେ କୁହାଯାଏ । ସକାଳ ଧୂପ ଭୋଗ ମଣ୍ଡପ ପରେ ଏହି ବିଶେଷ ନୀତି ଅନୁଷ୍ଠିତ ହେବ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍