The Topmost

“The eyes believe themselves, the ears believe other people.”

ଆଜି ରସଗୋଲା ଦିବସ

ଆଜି ରସଗୋଲା ଦିବସ । ନୀଳାଦ୍ରି ବିଜେ ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ତାଙ୍କ ମାନଭଞ୍ଜନ କରିବେ କାଳିଆ ସାଆନ୍ତ । ଆଉ ଏହି ଦିନକୁ ଓଡି଼ଆ ମାନେ ରସଗୋଲା ଦିବସ ଭାବେ ମଧ୍ୟ ପାଳନ କରୁଛନ୍ତି । ପରମ୍ପରା ଅନୁଯାୟୀ ମାନଭଞ୍ଜନ ପାଇଁ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଭେଟି ଦେବେ ମହାପ୍ରଭୁ କାଳିଆ ସାଆନ୍ତ । ସେହି ବିଧି ବ୍ୟବସ୍ଥା ଅନୁଯାୟୀ ରଥ ନିକଟରେ ଭକ୍ତମାନେ ରସଗୋଲା ଭୋଗ କରିଥାନ୍ତି । ଏହା ସହ ଓଡ଼ିଶାର ଘରେ ଘରେ ପର୍ବପର୍ବାଣୀରେ ମିଠାର ବ୍ୟବହାର ହୁଏ । ପ୍ରିୟ କାଳିଆ ଠାକୁର ପୁଣି ଆଜି ରତ୍ନ ବେଦୀକୁ ବାହୁଡ଼ିବେ । ତେଣୁ ଏହି ଆନନ୍ଦର ମୁହୂର୍ତକୁ ପାଳନ କରିବାକୁ ରସଗୋଲା ଭୋଗ କରାଯାଏ ବୋଲି ମଧ୍ୟ ବିଶ୍ୱାସ ରହିଛି । ଏହି ରସଗୋଲା ଭୋଗର ପରମ୍ପରା ବହୁ ପୁରୁଣା । ମହାପ୍ରଭୁଙ୍କ ନିଳାଦ୍ରୀବିଜେ ବେଳେ ରଥ ଉପରେ ରସଗୋଲା ଭୋଗ ଲାଗି ହୁଏ । ଏଥିପାଇଁ ସ୍ୱତନ୍ତ୍ର ବେହେରା ପରିବାର ରଥ ସମୟରେ ସ୍ୱତନ୍ତ୍ର ରସଗୋଲା ପ୍ରସ୍ତୁତ କରିଥାନ୍ତି ।

SHARE BY