ଧାମନଗରରେ ଜମୁଛି ପ୍ରଚାର ମୈଦାନ । ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ସେତିକି ଜମିବାରେ ଲାଗିଛି । ତେବେ ଆଜି ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସକାଳ ସାଢେ ୧୧ଟାରେ କେନ୍ଦ୍ରମନ୍ତ୍ରୀ ଧାମନଗର ମେଡିକାଲ ବଜାରରରେ ଆୟୋଜନ କରାଯାଇଥିବା ଏକ ପଦଯାତ୍ରାରେ ଯୋଗଦେବେ । ପରେ କୋଥାର ଛକ ଏବଂ ସହୀଦ ପୀଠ ନିକଟରେ ଆୟୋଜନ କରାଯାଇଥିବା ଅନ୍ୟ ଦୁଇଟି ପଦଯାତ୍ରାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ନିକଟ ଅତୀତରେ ହୋଇଥିବା ସବୁ ଉପନିର୍ବାଚନରେ ବିଜେଡି ବାଜିବାତ କରିଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରକୁ ଯିବେ ନା ନାହିଁ ତାହା ଏବେ ସୁଦ୍ଧା ସ୍ଥିର ହୋଇନାହିଁ । ବିଜେଡି ଜାରିକରିଥିବା ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ନାଁ ରହିଛି । ଯଦି ଆବଶ୍ୟକ ପଡେ ନବୀନ ପ୍ରଚାରରକୁ ଓହ୍ଲାଇବେ ବୋଲି ପୂର୍ବରୁ ସୂଚନା ରହିଛି ।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ମୁଖ୍ୟମନ୍ତ୍ରୀଙ୍କ ସହ ଅର୍ଥ ଆୟୋଗର ଗୁରୁତ୍ବପୂର୍ଣ୍ଣ ବୈଠକ