ସୁପର ସଣ୍ଡେରେ ସୁପର ମୁକାବିଲା । ଆଜି ଏସିଆ କପର ସୁପର-୪ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଦିନ ୩ଟାରେ ଏହି ମ୍ୟାଚ ଖେଳାଯିବ । ଦୁଇଦେଶ ମଧ୍ୟରେ ଏସିଆ କପର ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ପ୍ରଥମ ମ୍ୟାଚ ଗତ ରବିବାର ଦିନ ହୋଇଥିଲା । ହେଲେ ବର୍ଷା କାରଣରୁ ମ୍ୟାଚ ବାତିଲ ହୋଇଯାଇଥିଲା । ତେବେ ଆଜିର ମ୍ୟାଚ ପାଇଁ ବାବାର ଆଜମଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଏକଦାଶ ଟିମ ଘୋଷିତ ହୋଇସାରିଛି । ଟିମରେ ୩ ବଡ ପରିବର୍ତ୍ତନ ହୋଇପାରେ । କେ.ଏଲ,ରାହୁଲ , ଅକ୍ଷର ପଟେଲ ଓ ଜଶପ୍ରୀତ ବୁମରାହ ଟିମରେ ସାମିଲ ହୋଇପାରନ୍ତି । କିନ୍ତୁ ପୂର୍ବ ମ୍ୟାଚରେ ୱିକେଟ କିପର ଇସାନ କିଶାନ ଭଲ ପଦର୍ଶନ କରିଥିବାରୁ ରାହୁଲଙ୍କୁ ଦଳରେ ସୁଯୋଗ ମିଳିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଯଦି ଆଜି ବର୍ଷା ଯୋଗୁ ମ୍ୟାଚ ବାତିଲ ହୋଇଯାଏ ତେବେ ରିଜର୍ପ ଡେରେ ଆସନ୍ତାକାଲି ମ୍ୟାଚ ଖେଳାଯିବ ।
“The eyes believe themselves, the ears believe other people.”
More Stories
ଇଂଲଁଣ୍ଡ-ଇଣ୍ଡିଆ ମୁହାଁମୁହିଁ
ରଣଜୀ ଟ୍ରଫି ଖେଳିବେ କୋହଲି
ଖେଳରତ୍ନର ବିଜେତା ହେଲେ ଗୁକେଶ୍, ମନୁ..