ଆଜି ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ ୫ଟା ୨୦ ରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରୁ ସିଧା ଯାଇ ନବନିର୍ମିତ ବିର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମର କରିବେ ଶୁଭ ଉଦଘାଟନ । ସେଠାରେ ୧୦ହଜାରରୁ ଅଧିକ ଦର୍ଶକ କ୍ଷମତା ବିଶିଷ୍ଟ ଫୁଟବଲ ଷ୍ଟାଡିୟମ, ଆଥଲେଟିକ ଟ୍ରାକ ଓ ସୁଇମିଂ ପୁଲ କମ୍ପ୍ଲେକ୍ସ ଓ ୧୮୦ଟି କାର ପାର୍କିଂ ବିଶିଷ୍ଟ ମଲଟି ଲେବୁଲ କାର ପାର୍କିଂର ଲୋକାର୍ପଣ କରିବେ । ଏହାସହ ଜିଲ୍ଲାର ବିକାଶ ପାଇଁ ୯୦୦କୋଟି ଟଙ୍କାର ୬୦୦ରୁ ଅଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ମିତ ହକି ତାଲିମ କେନ୍ଦ୍ର ଲୋକାର୍ପଣ ପରେ ୫ଟା ୫୦ ମିନିଟରେ ଓ୍ବାର୍ଲଡ କପ ଭିଲେଜ ଆସିବେ ନବୀନ । 6 ଟା 55 ମିନିଟରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ FIH ହକି ପ୍ରୋ ଲିଗ ଉଦଘାଟନୀ ଉତ୍ସବରେ ଯୋଗଦେବେ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି