ଆଜି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଦେବଦେବ ମହାଦେବଙ୍କ ହାତ ଧରିବେ ମାଆ ପାର୍ବତୀ । ଶୀତଳଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ସମ୍ବଲପୁର ସହର । ମାଆଙ୍କୁ କନ୍ୟା ରୂପେ ପାଇ ସୌଭାଗ୍ୟ ପାଇଛନ୍ତି ବୁଢାରାଜା ପଡ଼ାର ସୁରେଖା ଓ ତାଙ୍କ ପରିବାର । ମହାଦେବଙ୍କୁ ଜ୍ବାଇଁ ରୂପେ ବାଛିଥିବାରୁ ଅତ୍ୟନ୍ତ ଆନନ୍ଦିତ ପରିବାର । ଜ୍ବାଇଁଙ୍କ ପାଇଁ ସୁନା, ରୁପାଠାରୁ ଆରମ୍ଭ କରି ସମସ୍ତ ସାଜସାମାନ କିଣା ସରିଛି । ଗୋଟି ଗୋଟିକରି ସବୁ ଜିନିଷକୁ ସଜାଇ ରଖିଛନ୍ତି କନ୍ୟା ପିତାମାତା । ବୁଢାରାଜା, ନନ୍ଦପଡାର ବମବରାଡ଼ ବାଲୁଙ୍କେଶ୍ବର, ଝାଡୁଆପଡ଼ା ଏବଂ ମୁଦିପଡ଼lରେ ଯାତ୍ରା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ସେପଟେ ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି, ଜଳଲାଗି କରାଯାଇ ଦିଗମ୍ବର ବେଶରେ ବାବାଙ୍କୁ ସଜ୍ଜିତ କରାଯାଇ ପହିଲି ବାଲ୍ୟଭୋଗ ଲାଗି କରାଯାଇଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ