The Topmost

“The eyes believe themselves, the ears believe other people.”

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ । ଅପରାଜେୟ ଧାରା ବଜାୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଭାରତ । ଟେଷ୍ଟ ଶୃଙ୍ଖଳାକୁ ଜିତିବା ପରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଆଜିଠାରୁ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ । ଉଭୟ ଦଳଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଶୃଙ୍ଖଳାରେ ୨୦୦୬ ମସିହା ପରଠୁ ଭାରତ କେବେ ବି ପରାଜିତ ହୋଇନଥିବାରୁ ରୋହିତ ଶର୍ମାଙ୍କ ଦଳ ଏହି ଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି । ଦିନିକିଆ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ ବାର୍ବାଡୋସ୍‌ରେ ଏବଂ ଶେଷ ମ୍ୟାଚ୍‌ ତ୍ରିନିଦାଦରେ ଖେଳାଯିବ । ସମସ୍ତ ମ୍ୟାଚ୍‌ ସନ୍ଧ୍ୟା ୭ଟା ରେ ଆରମ୍ଭ ହେବ । ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ ୧-୦ ରେ ଜିତିବା ପରେ ଦିନିକିଆରେ ଭାରତ କ୍ଲିନ୍ ସ୍ୱିପ୍ କରିବାକୁ ଲକ୍ଷ୍ୟ ରଖିଛି ।