ହକି ବିଶ୍ୱକପ୍ ମହାସମରରେ ଆଜି ଭାରତ–ୱେଲ୍ସ ମୁକାବିଲା । କଳିଙ୍ଗ ଷ୍ଟାଡିୟମରେ ହାଇଭୋଲଟେଜ ଟକ୍କର ଦେଖିବେ ଦର୍ଶକ । ସିଧାସଳଖ କ୍ୱାର୍ଟର ଫାଇନାଲ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଭାରତ । ରାଉରକେଲାରେ ଖେଳିଥିବା ଦୁଇଟି ମ୍ୟାଚ୍ରେ ଘରୋଇ ଦଳ ଗୋଟିଏ ବିଜୟ ସ୍ପେନ୍ (୨-୦) ବିପକ୍ଷରେ ପାଇଥିଲା ବେଳେ ଇଂଲଣ୍ଡ ସହ ଗୋଲ୍ଶୂନ୍ୟ ଅମୀମାଂସିତ ରଖିଥିଲା । ଫଳରେ ଦଳ ଏବେ ଇଂଲଣ୍ଡ ସହ ସମାନ ୪ ପଏଣ୍ଟ ପାଇଥିଲେ ମଧ୍ୟ ଗୋଲ୍ ବ୍ୟବଧାନରେ ପଛରେ ରହିଛି । ସିଧାସଳଖ କ୍ବାର୍ଟରଫାଇନାଲ୍ ସ୍ଥାନ ପକ୍କା କରିବାକୁ ହେଲେ ପୁଲ୍’ର ଶୀର୍ଷ ସ୍ଥାନ ଦଖଲ କରିବାକୁ ହେବ । ତେଣୁ ଗୁରୁବାର ମ୍ୟାଚ୍ରେ ବଡ଼ ବ୍ୟବଧାନରେ ଜିତି ପୁଲ୍-ଡି’ର ଶୀର୍ଷ ସହ ସିଧାସଳଖ କ୍ବାର୍ଟରଫାଇନାଲ୍ ସ୍ଥାନ ନିଶ୍ଚିତ କରିବା ଲକ୍ଷ୍ୟରେ ରହିଛି ଭାରତ ।
“The eyes believe themselves, the ears believe other people.”
More Stories
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଛାନିଆ ହେଲେଣି ପାକିସ୍ତାନୀ ଖେଳାଳୀ, ଭାରତ ଆସିବାକୁ ମନା କଲେ ନଦୀମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍