ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ତଥା ଶେଷ ଦିନିକିଆ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବାରୁ ନିର୍ଣ୍ଣାୟକ ମ୍ୟାଚରେ ହେବ ସଂଘର୍ଷପୂର୍ଣ୍ଣ ଲଢେଇ । ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୮ୱିକେଟରେ ପରାସ୍ତ କରିଥିଲା । ଦ୍ୱିତୀୟ ମ୍ୟାଚରେ ସମାନ ୮ୱିକେଟରେ ଭାରତକୁ ହରାଇ ପ୍ରତିଶୋଧ ନେଇଥିଲା ଦକ୍ଷିଣ ଆଫ୍ରିକା । ଭାରତ ଦୁଇ ଓପନର ଋତୁରାଜ ଗାଏକୱାଡ, ସାଇ ସୁଦର୍ଶନଙ୍କଠାରୁ ଭଲ ପ୍ରଦର୍ଶନ ଆଶା ରଖିଛି । ସେପଟେ ଦକ୍ଷିଣ ଆଫ୍ରିକାର ଦୁଇ ଓପନର ଟୋନି ଡି ଜର୍ଜି ଓ ରିଜା ହେଣ୍ଡ୍ରିକ୍ସ ଦ୍ୱିତୀୟ ମ୍ୟାଚରେ ଫର୍ମକୁ ଫେରିବା ସହିତ ଦଳକୁ ସହଜ ବିଜୟ ଦେଇଥିଲେ । ତେଣୁ ଆଜି ଘରୋଇ ଦଳ ଏମାନଙ୍କଠାରୁ ଭଲ ପ୍ରଦର୍ଶନ ଆଶା ରଖିବ । ଭାରତୀୟ ବୋଲର ପ୍ରଥମ ମ୍ୟାଚର ପ୍ରଦର୍ଶନ ଦୋହରାଇଲେ ଭାରତ ଆଉ ଏକ ସିରିଜ ବିଜୟ ପାଇବା ଆଶା କରାଯାଉଛି । ୨୦୧୮ରେ ଶେଷଥର ପାଇଁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ମାଟିରେ ଦିନିକିଆ ସିରିଜ ଜିତିଥିଲା ।
More Stories
IPL 2025, 2026 ଏବଂ 2027 ପାଇଁ ତାରିଖ ଘୋଷଣା କଲା ବିସିସିଆଇ
ଜାଣନ୍ତୁ ଟପ୍ 30 IPL 2025 ଖେଳାଳିଙ୍କ ତାଲିକା, ଦଳ ଓ ଦାମ୍
IPL 2025 ରେ କଣ ରହିଛି ମୁମ୍ବାଇ ଇଣ୍ଡିଆନ୍ସ ର ଟାର୍ଗେଟ୍