The Topmost

“The eyes believe themselves, the ears believe other people.”

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍ ତୃତୀୟ ଟି-ଟ୍ବେଣ୍ଟି

ଆଜି ଭାରତ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ତୃତୀୟ ଟି-୨୦ ମୁକାବିଲା । ରାତି ୮ଟାରେ ଖେଳାଯିବ ମ୍ୟାଚ । ୫ ଟିକିଆ ସିରିଜରେ ଲଗାତର ଦୁଇଟି ମ୍ୟାଚ ଜିତି ୨-୦ରେ ଆଗୁଆ ରହିଛି ଘରୋଇ ଦଳ । ତେଣୁ ଆଜିର ମ୍ୟାଚ ଜିତି ସିରିଜ ବଞ୍ଚାଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ରବିବାର ଦିନ ତ୍ରିନିଦାଦରେ ଖେଳାଯାଇଥିବା ଦ୍ବିତୀୟ ଟି-୨୦ରେ ଦୁଇ ଓ୍ବିକେଟର ଜିତିଥିଲା ଘରୋଇ ଦଳ । ସେହିପରି ପ୍ରଥମ ଟି-୨୦କୁ ୪ ରନରେ ଜିତିଥିଲା ଓ୍ବେଷ୍ଟଇଣ୍ଡିଜ୍ । ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୮ଟି ଟି-୨୦ ସିରିଜ ଖେଳାଯାଇଥିବା ବେଳେ ୬ଟିରେ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । କାରବିଆନ ବାହିନୀ କେବଳ ଦୁଇଟି ସିରିଜରେ ସଫଳତା ହାସଲ କରିଛି । ତେବେ ଆଜିର ମ୍ୟାଚ ଉପରେ ରହିଛି କ୍ରିକେଟପ୍ରେମୀଙ୍କ ନଜର ।