The Topmost

“The eyes believe themselves, the ears believe other people.”

ଆଜି ଭାରତ-ଆଫଗାନିସ୍ତାନ ଟକ୍କର

ବିଶ୍ବକପ କ୍ରିକେଟରେ ଆଜି ଭାରତ ଖେଳିବ ଦ୍ବିତୀୟ ମୁକାବିଲା । ଆଫଗାନିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ । ଦିନ ୨ଟାରେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ପ୍ରଥମ ଥର ପାଇଁ ଘରୋଇ ପରିବେଶରେ ଆଫଗାନିସ୍ତାନକୁ ଭାରତ ଭେଟବାକୁ ଯାଉଛି । ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବା ଭାରତୀୟ ଦଳର ମନୋବଳ ଦୃଢ ରହିଛି । ଆଜିର ମ୍ୟାଚ ଜିତି ବିଶ୍ବକପ ଅଭିଯାନରେ ବିଜୟ ଅଭିଯାନ ଜାରି ରଖିବାକୁ ଉଦ୍ୟମ କରିବ ଭାରତ । ଏପଟେ ପ୍ରଥମ ମ୍ୟାଚରେ ବାଂଲାଦେଶଠାରୁ ପରାଜିତ ଆଫଗାନିସ୍ତାନ ଟିମ୍ ଚାପରେ ରହିଛି । ବିଶ୍ବକପରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ମୋଟ ୩ଟି ମ୍ୟାଚ ଖେଳାଯାଇଛି । ୨ଟି ମ୍ୟାଚରେ ଭାରତ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ ଟାଇ ରହିଛି । ଏଣୁ ଭାରତର ପଲ୍ଲା ଭାରି ରହିଛି ।