The Topmost

“The eyes believe themselves, the ears believe other people.”

ଆଜି ବେଜିଂରେ ଦୁଇ ସୁପରପାଓ୍ବାରଙ୍କ ଭେଟଘାଟ

ପାଲେଷ୍ଟାଇନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଆଜି ଦୁଇ ସୁପରପାଓ୍ବାର ମୁଖ୍ୟଙ୍କ ଭେଟଘାଟ । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ବେଜିଂରେ ସାକ୍ଷାତ କରିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ବିଗତ ୨୦ ମାସ ମଧ୍ୟରେ ଏହା ହେବ ପୁଟିନଙ୍କ ପ୍ରଥମ ବିଦେଶ ଗସ୍ତ । ୟୁରୋପ ଓ ଏସିଆରେ କୌଶଳଗତ ସମ୍ପର୍କ ବଜାୟ ରଖିବା ଉପରେ ଦୁଇ ନେତା ଦେବେ ଫୋକସ । ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ ବା ବିଆଇଆଇର ଦଶମ ବାର୍ଷିକୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଭେଟଘାଟ ନେଇ କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀ ଦୁଇ ଦିନ ଲାଗି ଚାଲିବାକୁ ଥିବାବେଳେ ଯୋଗଦେବେ ୧୩୦ରୁ ଅଧିକ ରାଷ୍ଟ୍ରର ପ୍ରତିନିଧି । ଗତ ଫେବ୍ରୁଆରୀ ୨୦୨୨ରେ ଉଭୟ ନେତା ସୀମାହୀନ ସମ୍ପର୍କ ନେଇ ଦ୍ବିପାକ୍ଷିକ ଘୋଷଣା କରିଥିବାବେଳେ ବେଜିଂ ସମ୍ମିଳନୀରେ ଏହାର ସକାରାତ୍ମକ ପ୍ରଭାବ ପରିଲକ୍ଷିତ ହେବ । ମଧ୍ଯପ୍ରାଚ୍ଯରେ ଚୀନର ବିଭିନ୍ନ ସ୍ବାର୍ଥ ଥିବାରୁ ଦୁଇ ନେତାଙ୍କ ମଧ୍ଯରେ ଏନେଇ ଆଲୋଚନା ହେବାର ସମ୍ଭାବନା ରହିଛି । ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ବିରୋଧରେ ଆମେରିକା ଜାରି କରିଥିବା କଟକଣା ପ୍ରସଙ୍ଗ ବି ଦୁଇ ନେତାଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନାରେ ସ୍ଥାନ ପାଇବ ।