ଅକ୍ଟୋବର ୧୦, ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ । ସାରା ବିଶ୍ବରେ ପାଳିତ ହେଉଛି ଏହି ଦିବସ । ମାନସିକ ସ୍ବାସ୍ଥ୍ୟ ପ୍ରତି ଆସୁଥିବା ଚାଲେଞ୍ଜର ମୁକାବିଲା ଲାଗି ଲୋକଙ୍କୁ ସଚେତନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ମଣିଷ ଅନେକ ସମୟରେ ପରିସ୍ଥିତି ଚାପରେ ମାନସିକ ଆଘାତର ସମ୍ମୁଖୀନ ହୋଇଥାଏ । ଏପରିକି ଚରମ ପଥ ନେବାକୁ ପଛାଏ ନାହିଁ । ତେବେ ପରିସ୍ଥିତିର ମୁକାବିଲା କରିବା ସହ ସମସ୍ତ ନକାରାତ୍ମକ ଦିଗକୁ ତ୍ୟାଗ କରିବା ଲାଗି ଆହ୍ବାନ ଦେଇଥାଏ ଏହି ଦିବସ । ୧୯୯୨ରୁ ମାନ୍ୟତା ଲାଭ କରିଆସିଥିବା ଏହି ଦିବସକୁ ବିଶ୍ବର ପ୍ରାୟ ୧୨୦ ଦେଶରେ ପାଳନ କରାଯାଉଛି । ମାନସିକ ଚାପ, ଅସ୍ଥିରତା, ଅବସାଦ ଆଦି ସମ୍ପର୍କିତ ମାନସିକ ସ୍ବାସ୍ଥ୍ୟାବସ୍ଥା କ୍ଷେତ୍ରରେ ସଚେତନତା ସୃଷ୍ଟି ଲାଗି ୧୯୯୨ରେ ଏକ ପ୍ରାଥମିକ ପଦକ୍ଷେପ ନେଇଥିଲା ବିଶ୍ବ ମାନସିକ ସ୍ବାସ୍ଥ୍ୟ ସଂଗଠନ ବା WFMH । ମାନସିକ ଅସ୍ଥିରତା, ଚାପ ଆଦି କ୍ଷେତ୍ରରେ ନିଜେ କୌଣସି ପଥ ନ ବାଛି ଅନ୍ୟର ସହାୟତା ଆବଶ୍ୟକ କରିବା ଲାଗି ଲୋକଙ୍କୁ ପରାମର୍ଶ ଦେଇଥାଏ ସଂଗଠନ । ତେବେ ୨୦୨୩ର ଆଜିର ଦିବସର ଥିମ ରହିଛି ମାନସିକ ସ୍ବାସ୍ଥ୍ୟ ଏକ ସାର୍ବଜନୀନ ମାନବାଧିକାର । ଏଥିଲାଗି ସଚେତନତା ସୃଷ୍ଟି, ମାନସିକ ସ୍ବାସ୍ଥ୍ୟର ସୁରକ୍ଷା ଦିଗରେ କାର୍ଯ୍ୟ କରିବା ଲାଗି ଆହ୍ବାନ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ